ଏସିଆ କପ: ହାଇଭୋଲଟେଜ୍‌ ମୁକାବିଲାରେ ଟସ୍‌ ଜିଣି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ଭାରତ କରିବ ବୋଲିଂ

ଦୁବାଇ: ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଆକର୍ଷଣୀୟ ମ୍ୟାଚ୍‌ ପାଇଁ ବୁଧବାର ପାକିସ୍ତାନ ଟସ୍‌ ଜିଣିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମେ ବୋଲିଂ କରିବ।  ଶେଷ ଥର ପାଇଁ ଭାରତ ଏବଂ ପାକିସ୍ତାନ ଗତବର୍ଷ ଇଂଲଣ୍ଡରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ। ସେଥର ପାକିସ୍ତାନ ବାଜି ମାରି ନେଇଥିଲା। ଭାରତ ସମସ୍ତଙ୍କର ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ତେବେ ପାକିସ୍ତାନ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି ୧୮୧ ରନ୍‌ର ବଡ଼ ବ୍ୟବଧାନରେ ଭାରତକୁ ଧରାଶାୟୀ କରି ବିଜେତା ମୁକୁଟ ପିନ୍ଧିଥିଲା। ଦୁବାଇରେ ମଧ୍ୟ ପାକିସ୍ତାନ ଏହି ବିଜୟ ଧାରାକୁ ଆଗେଇ ନେବା ଲକ୍ଷ୍ୟରେ ରହିବ। ଏସିଆ କପ୍‌ କଥା ଯଦି ବିଚାରକୁ ନିଆଯାଏ, ତା’ହେଲେ ଭାରତ ଅବଶ୍ୟ ୬ ଥର ପାକିସ୍ତାନକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ପାଞ୍ଚ ଥର ଭାରତକୁ ମାତ୍‌ ଦେଇଛି। ସେହିଦୃଷ୍ଟିରୁ ପାକିସ୍ତାନ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ନିଜ ଏସିଆ କପ୍‌ ବିଜୟ ସଂଖ୍ୟାକୁ ଅଧଡଜନେକୁ ବଢ଼ାଇବାକୁ ଚାହିଁବ। ସେପଟେ ଗତଥରର ବିଜେତା ଭାରତ ବୁଧବାର ଚାମ୍ପିଅନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ସହ ସୁପରଫୋର୍‌ରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଅମ୍ବାତି ରାୟୁଡୁ, ମନୀଷ ପାଣ୍ଡେ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଯସପ୍ରୀତ ବୁମରା।
ସମ୍ଭାବ୍ୟ ପାକିସ୍ତାନ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆସିଫ ଅଲ୍ଲୀ, ବାବର ଆଜମ, ଫହୀମ ଅଶରଫ, ଫଖର ଜମନ, ହାରିସ୍‌ ସୋହେଲ, ହସନ ଅଲ୍ଲୀ, ଇମାମ ଉଲ୍‌ ହକ୍‌, ମହମ୍ମଦ ଆମିର, ସଦାବ ଖାନ୍‌, ସୋଏବ ମଲ୍ଲିକ, ଉସ୍ମାନ ଖାନ୍‌, ଜୁନୈଦ ଖାନ୍‌।

 

ସମ୍ବନ୍ଧିତ ଖବର