ଅସଲି ଚୌକିଦାର ଏମିତି ଫେସ୍‌ନ କରନ୍ତି ନାହିଁ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କରିଥିବା ‘ମେ ଭି ଚୌକିଦାର’ ପ୍ରଚାର ଉପରେ ମତ ରଖି କହିଛନ୍ତି କି ଅସଲି ଚୌକିଦାର ଏତେ ଫେସନ୍‌ କରନ୍ତି ନାହିଁ।

ଖାଲି ଏତିକି ନୁହେଁ ପଳାତକ ହୀରା ବ୍ୟବସାୟୀ ନୀବବ ମୋଦି ଇଂଲଣ୍ଡରେ ଗିରଫ ହେବା ସଂପର୍କରେ ବି ମୋଦିଙ୍କ ଦଳ ବିଜେପିକୁ କଟାକ୍ଷ କରିଛନ୍ତି ମମତା। ସେ କହିଛନ୍ତି ଲଣ୍ଡନରେ ନୀରବ ମୋଦି ଗିରଫ ହେବାର ଶ୍ରେୟ ବିଜେପିକୁ ମୁଁ ଦେବି ନାହିଁ। କେବଳ ସେତିକି ନୁହେଁ ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ମମତା ବିଜୟ ମାଲ୍ୟାଙ୍କ କଥା ମନେ ପକାଇ କିହିଛନ୍ତି କି ଅନ୍ୟ ଜଣେ ପଳାତକ ଏବେ ବି ସେଠାରେ ରହିଛି।

ଉଲ୍ଲେଖଯୋଗ୍ୟ, ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ମାର୍ଚ ୧୯ ତାରିଖରେ ଲଣ୍ଡନର ହୋଲବର୍ଣ୍ଣ ମେଟ୍ରୋ ଷ୍ଟେସନ୍‌ଠାରେ ଗିରଫ ହୋଇଛନ୍ତି। ଗତ ୧୭ ମାସ ହେବ ସେ ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ୍‌ ଦୁର୍ନୀତି ମାମଲରେ ଫସି ଭାରତ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର