ନବରଙ୍ଗପୁର: ନୂଆ ସରକାର ଆସିବା ପରେ ଶାସକ ଦଳ ରାଜ୍ୟର ବିଭିନ୍ନ ବୋର୍ଡ , ନିଗମର ଅଧ୍ୟକ୍ଷ ଓ ସରକାରୀ ଓକିଲ ନିଯୁକ୍ତି ଆଦି ଦଳୀୟ ସମର୍ଥକ ବା କିଙ୍ଗମେକରଙ୍କୁ ଅବସ୍ଥାପିତ କରିଥାନ୍ତି। ତେବେ ଡବଲ ଇଂଜିନ ସରକାର ଆସିବାର ୧୦ମାସ ପରେ ବି ଏହା କାର୍ଯ୍ୟକାରୀ ହୋଇନି। ଏହା ବାଦେ ବି ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀ ପାଇଁ ଆଶାରେ ଥିବା ନବରଙ୍ଗପୁରିଆ ବିଜେପି ନେତା ମାନେ ଏବେ ଲବି ଆରମ୍ଭ କରି ଭୁବନେଶ୍ବରରେ ଡେରା ପକାଇଛନ୍ତି। କିଛି ଦଳର ବରିଷ୍ଠ ନେତା ରହିଥିବା ବେଳେ ଆଉ କିଛି ପୂର୍ବତନ ସଭାପତି, ବିଧାୟକ ପ୍ରାର୍ଥୀ, ଆଶାୟୀ ବିଧାୟକ ଓ ସାଂସଦ ପ୍ରାର୍ଥୀ, କିଙ୍ଗ ମେକର ଆଦି ରହିଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାର ପରିଧି ମଧ୍ୟକୁ ବରିଷ୍ଠ ନେତା ରମେଶ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲାସଭାପତି ଜଗଦୀଶ ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, କାହ୍ନୁ ଦାଶ, ସନ୍ତୋଷ ମହାପାତ୍ର, ଅର୍ଜୁନ ତ୍ରିପାଠୀ ଆଦି ରହିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ନେତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି, ମନ୍ତ୍ରୀ, ରାଜ୍ୟସ୍ତରୀୟ ନେତାଙ୍କ ସୁସମ୍ପର୍କରେ ରହିଛନ୍ତି।
ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଡାବୁଗାଁକୁ ବାଦ୍ ଦେଲେ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ଆସନରୁ ୩ଟି ଓ କୋରପୁଟ ଜିଲ୍ଲାର କୋଟପାଡ , ମାଲକାନଗିରି ନିର୍ବାଚନମଣ୍ଡଳୀର ମାଲକାନଗିରୀରେ ବିଜେପି ବିଧାୟକ ପ୍ରାର୍ଥୀ ଜିତିଛନ୍ତି। ଉମରକୋଟରେ ନିତ୍ୟାନନ୍ଦ ଗଣ୍ଡ ଜିତିବା ସହ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ଝରିଗାଁରେ ନରସିଂହ ଭତ୍ରା, ନବରଙ୍ଗପୁରରେ ଗୌରୀ ମାଝୀ, ଓ କୋଟପାଡ଼ରେ ରୁପୁ ଭତ୍ରା ବିଧାୟକ ଭାବେ ଜିତିବା ସହ ସାଂସଦ ପ୍ରାର୍ଥୀ ଇଂ.ବଳଭଦ୍ର ମାଝୀଙ୍କୁ ସମ୍ମାନସ୍ପଦ ଭୋଟରେ ଜିତାଇ ବିଜେଡିର ଗଡ଼କୁ ଭାଙ୍ଗିଛନ୍ତି। ବହୁ ବର୍ଷ ହେବ ବିଜେପିରେ ରହି କାମ କରି ଆସୁଛନ୍ତି ରମେଶ ସାହୁ। ଦଳର ରାଜ୍ୟ ଓ କେନ୍ଦ୍ରସ୍ତରୀୟ ନେତାଙ୍କ ନିକଟରେ ପରିଚିତ। ସେହିପରି ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଏଥରକ ଟିକେଟ ମିଳିବା ଆଶା ରହିଥିଲା ତେବେ ତାଙ୍କୁ କିଛି ପ୍ରତିଶ୍ରୃତି ମିଳିବା ପରେ ସେ ନିର୍ବାଚନ ଲଢ଼ିନଥିଲେ। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଜିଲ୍ଲାସଭାପତି ହେବେ ବୋଲି ସବୁ ଆଶା କରୁଥିଲେ କିନ୍ତୁ ଶେଷ ମୂହର୍ତ୍ତରେ କୁଂଜ ବିହାରୀ ଦାଶଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା। ଯଦିଓ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅର୍ଜୁନ ତ୍ରିପାଠୀଙ୍କର ଦଳର ତୁଙ୍ଗନେତା ଓ ଗତ ସାଧାରଣ ନିର୍ବାଚନରେ ଗୋଟିଚାଳନା ସହ ଭଲ ସମ୍ପର୍କ ରହିଥିବାରୁ ସେ ବି ଆଶାରେ ରହିଛନ୍ତି। ସେହିପରି ଦଳର ରାଜ୍ୟ ଉପପ୍ରଭାରୀ ଲତା ଉଷେଣ୍ଡିଙ୍କ ସହ ବି ଉପରୋକ୍ତ ସବୁ ନେତାଙ୍କର ଭଲ ସମ୍ପର୍କ ରହିଛି। ଗତ ସରକାର ଅମଳରେ ୨ଜଣ ଅଧ୍ୟକ୍ଷ ପଦବୀ ପାଇଥିଲେ। ତେଣୁ ନବରଙ୍ଗପୁର ଜିଲ୍ଲାକୁ ରାଜ୍ୟ ବିଜେପି ନେତାମାନେ ଅଣଦେଖା କରିବେ ନାହିଁ ବୋଲି ଆଶା ବାନ୍ଧିଛନ୍ତି।
ଜିଲ୍ଲାରେ ସାଧାରଣ ନିର୍ବାଚନରେ ବିଜେପିରେ ପଲା ଭାରୀ ରହିଥିଲା। ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଡାବୁଗାଁକୁ ବାଦ୍ ଦେଲେ ନବରଙ୍ଗପୁର ଜିଲ୍ଲାର ୪ଟି ବିଧାନସଭା ଆସନରୁ ୩ଟି ଓ କୋରପୁଟ ଜିଲ୍ଲାର କୋଟପାଡ , ମାଲକାନଗିରି ନିର୍ବାଚନମଣ୍ଡଳୀର ମାଲକାନଗିରୀରେ ବିଜେପି ବିଧାୟକ ପ୍ରାର୍ଥୀ ଜିତିଛନ୍ତି। ଉମରକୋଟରେ ନିତ୍ୟାନନ୍ଦ ଗଣ୍ଡ ଜିତିବା ସହ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ଝରିଗାଁରେ ନରସିଂହ ଭତ୍ରା, ନବରଙ୍ଗପୁରରେ ଗୌରୀ ମାଝୀ, ଓ କୋଟପାଡ଼ରେ ରୁପୁ ଭତ୍ରା ବିଧାୟକ ଭାବେ ଜିତିବା ସହ ସାଂସଦ ପ୍ରାର୍ଥୀ ଇଂ.ବଳଭଦ୍ର ମାଝୀଙ୍କୁ ସମ୍ମାନସ୍ପଦ ଭୋଟରେ ଜିତାଇ ବିଜେଡିର ଗଡ଼କୁ ଭାଙ୍ଗିଛନ୍ତି। ବହୁ ବର୍ଷ ହେବ ବିଜେପିରେ ରହି କାମ କରି ଆସୁଛନ୍ତି ରମେଶ ସାହୁ। ଦଳର ରାଜ୍ୟ ଓ କେନ୍ଦ୍ରସ୍ତରୀୟ ନେତାଙ୍କ ନିକଟରେ ପରିଚିତ। ସେହିପରି ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କୁ ଏଥରକ ଟିକେଟ ମିଳିବା ଆଶା ରହିଥିଲା ତେବେ ତାଙ୍କୁ କିଛି ପ୍ରତିଶ୍ରୃତି ମିଳିବା ପରେ ସେ ନିର୍ବାଚନ ଲଢ଼ିନଥିଲେ। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଜିଲ୍ଲାସଭାପତି ହେବେ ବୋଲି ସବୁ ଆଶା କରୁଥିଲେ କିନ୍ତୁ ଶେଷ ମୂହର୍ତ୍ତରେ କୁଂଜ ବିହାରୀ ଦାଶଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଥିଲା। ଯଦିଓ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅର୍ଜୁନ ତ୍ରିପାଠୀଙ୍କର ଦଳର ତୁଙ୍ଗନେତା ଓ ଗତ ସାଧାରଣ ନିର୍ବାଚନରେ ଗୋଟିଚାଳନା ସହ ଭଲ ସମ୍ପର୍କ ରହିଥିବାରୁ ସେ ବି ଆଶାରେ ରହିଛନ୍ତି। ସେହିପରି ଦଳର ରାଜ୍ୟ ଉପପ୍ରଭାରୀ ଲତା ଉଷେଣ୍ଡିଙ୍କ ସହ ବି ଉପରୋକ୍ତ ସବୁ ନେତାଙ୍କର ଭଲ ସମ୍ପର୍କ ରହିଛି। ଗତ ସରକାର ଅମଳରେ ୨ଜଣ ଅଧ୍ୟକ୍ଷ ପଦବୀ ପାଇଥିଲେ। ତେଣୁ ନବରଙ୍ଗପୁର ଜିଲ୍ଲାକୁ ରାଜ୍ୟ ବିଜେପି ନେତାମାନେ ଅଣଦେଖା କରିବେ ନାହିଁ ବୋଲି ଆଶା ବାନ୍ଧିଛନ୍ତି।
bjp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/bjp-party-logo.jpg)