ନୂଆଦିଲ୍ଲୀ: ଗତ ୩ ମାସ ମଧ୍ୟରେ ସବୁଠାରୁ କମ୍ କରୋନା ଭାଇସର୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪, ୬୬,୮୬୨ରେ ପହଞ୍ଚିଛି।
ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୫୨,୩୩୬ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କରୋନା ଜନିନ ୨୩ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ନୂତନ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫, ୨୮, ୦୩୦ରେ ପହଞ୍ଚିଛି।
#COVID19 | India reports 4,417 fresh cases and 6,032 recoveries in the last 24 hours.
Active cases 52,336
Daily positivity rate 1.20% pic.twitter.com/abKw2JLwL7— ANI (@ANI) September 6, 2022
ଦୈନିକ କରୋନା ପଜିଟିଭ୍ ହାର ୧.୨୦% ରହିଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ରହିଛି ୨.୦୬%। ଆହୁରି ବି ସୂଚନା ରହିଛି ଯେ ଏବେ ସୁଦ୍ଧା ସମୁଦାୟ ୨୧୩,୭୨ କୋଟି କରୋନା ଟିକା ଡୋଜ୍ ଦିଆ ସରିଲାଣି।