ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ l ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି l ତେବେ ଲୁଟେରା ମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ ସଟର ଚାବିକୁ କାଟି ଭିତରକୁ ପଶିଥିଲେ l ପରେ ଲୁଟେରା ମାନେ ଏଟିଏମ କାଟି ଟଙ୍କା ଲୁଟ କରିନେଇଥିଲେ l
ତେବେ ଏହି କଥା ଘର ମାଲିକଙ୍କୁ ତାଙ୍କ ଅଫିସରୁ ଫୋନ ଆସିଥିଲା l ତେବେ ସେ ଲୋକଙ୍କୁ ଡକାଡକି କରି ଘର ବାହାରକୁ ଆସିବା ବେଳକୁ ଲୁଟେରାମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ l ତେବେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିବା ବେଳେ ଏଟିଏରେ କେତେ ଟଙ୍କା ଥିଲା ଜଣାପଡ଼ିନାହିଁ l ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/07/aaassss-2025-07-07-09-21-29.jpg)
