ଜଗତସିଂହପୁର: ଏଟିଏମ ଲୁଟେରା ଗ୍ୟାଙ୍ଗର ୪ ଗିରଫ, ୨ଲକ୍ଷ ୪୭ ହଜାର ଟଙ୍କା ସହିତ ବହୁ ସାମଗ୍ରୀ ଜବତ

ଜଗତସିଂହପୁର:  ଜଗତସିଂହପୁର  ଜିଲ୍ଲ ପୁଲିସ ଏକ ଏଟିଏମ ଲୁଟ ମାମଲାର ତଦନ୍ତ୍‌ କରୁଥିବା ବେଳେ ବିିଭିନ୍ନ ସରକାରୀ ସଂସ୍ଥାରୁ  କମ୍ପ୍ୟୁଟର ଚୋରି କରୁଥିବା  ଏକ ଗ୍ୟାଙ୍ଗକୁ ଧରିଛି। ଏହି ଗ୍ୟାଙ୍ଗ  ମୁଳସିଂହ ଏଟିଏମରୁ ୧୨ଲକ୍ଷ ୨୩ ହଜାର ଟଙ୍କା  ଲୁୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ। ସେମାନଙ୍କ ଠାରୁ ୨ଲକ୍ଷ ୪୭ ହଜାର ଟଙ୍କା ସହିତ ଗ୍ୟାସ କଟର, ଅକ୍ସିଜେନ୍‌  ରେଗୁଲେଟର, ଗ୍ଲୋଭ୍‌ସ, ମୋବାଇଲ ଫୋନ, ୪ଟି ମିନଟର, ଗୋଟିଏ ସିପିୟୁ, ଲାପ ଟପ ପ୍ରଭୃତି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ  ହେଲେ ଜଗତସିଂହପୁର ତିର୍ତୋଲ ଥାନା ଅଞ୍ଚଳର ଅସିତ କାଣ୍ଡିି, ସୁଶାନ୍ତ ସାହୁ,  ଯାଜପୁର ମଙ୍ଗଳପୁର ଥାନା ଅଞ୍ଚଳର  ବିଶ୍ୱଜିତ ଦାସ ଓ ଶୁଭ୍ରଜିତ ପରିଡ଼ା।

ଏହି ଗ୍ୟାଙ୍ଗ ତିର୍ତୋଲ ତହସିଲ କାର୍ଯ୍ୟାଳୟ, ଡିଆରଡିଏ ଅଫିସ,  ତିର୍ତୋଲ ସବ୍‌ ରେଜିଷ୍ଟାର ଅଫିସ ସହିତ ବିଭିନ୍ନ ସ୍କୁଲରୁ କମ୍ପ୍ୟୁଟର ଚୋରି କରି ବିକ୍ରି କରିଥାନ୍ତି। ତେବେ ଏହି ଦଳ ଗତ ୧୫ ଦିନ ତଳେ ମୁଳସିଂହ ଏଟିଏମକୁ ଗ୍ୟାସ କଟର ଯୋଗେ କାଟି ୧୨ ଲକ୍ଷ୨୩ ହଜାରଟଙ୍କା ଳୁଟି ନେଇଥିଲେ। ସିସିଟିଭି କାମେରାରେ ପ୍ରଥମେ  ଅସିତ କାଣ୍ଡିିକୁ ଚିହ୍ନଟ କରାଯାଥିଲା। ତାକୁ ଥାନାକୁ ଆଣି ପଚରାଉଚରା କରିବାରୁ  ସେ ସମସ୍ତ କଥା ସ୍ୱୀକାର କରିଥିଲା।  ଅସିତର ସୂଚନା ଆଧାରରେ  ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିିବା ବେଳେ ଏହି ଏଟିଏମ ଲୁଟ୍‌ ଘଟଣାରେ ସମ୍ପୃକ୍ତ ବୋଲେରୋ ଗାଡ଼ି ଓ ଅନ୍ୟ ୩ ଜଣକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର