ଚଣ୍ଡିଖୋଲ : ରାତି ପାହିବାବେଳକୁ ଟଙ୍କା ନୁହେଁ, ସମୁଦାୟ ଏଟିଏମଟି ଗାଏବ !

ଚଣ୍ଡିଖୋଲ : ଆପଣ ଏଟିଏମରୁ ଲୁଟ, ଏଟିଏମ ଭାଙ୍ଗି ଟଙ୍କା ଲୁଟ ଆଦି ଘଟଣା ଶୁଣିଥିଲେ । କିନ୍ତୁ ସମଗ୍ର ଏଟିଏମ ମେସିନଟି ଚୋରୀ ହୋଇଯିବା ଘଟଣା କ୍ବଚିତ ଶୁଣିଥିବେ । ଚଣ୍ଡିଖୋଲରେ ଆଜି ଏପରି ଏକ ଅଜବ ଘଟଣା ଘଟିଛି । ସହରରେ ଥିବା ଏକ ଏଚଡିଏଫସି ବ୍ୟାଙ୍କ ଏଟିଏମ ରାତାରାତି ଗାଏବ ହୋଇଯାଇଛି । ସକାଳୁ ଲୋକମାନେ ଏଟିଏମ ଭିତରକୁ ଟଙ୍କା ଉଠାଣ ପାଇଁ ଯାଇ ଦେଖିଲେ ଯେ ସମୁଦାୟ ଏଟିଏମ ମେସିନଟି ହିଁ ନାହିଁ । ତେବେ ଏହି ଏଟିଏମରେ କେତେ ଟଙ୍କା ଥିବା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୁଲିସରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପକ୍ଷରେ ରାଜ୍ୟରେ ବାରମ୍ବାର ଏଟିଏମ ଲୁଟ ଘଟଣା ଘଟୁଥିବାରୁ ଏଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେବଡ଼ ମେସିନକୁ ଚୋରମାନେ କିପରି ନେଇଗଲେ ଓ ପୁଲିସ ଜାଣିପାରିଲା ନାହିଁ ତାହାକୁ ନେଇ ସ୍ଥାନୀୟ ଅଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ସଂପର୍କରେ ବ୍ୟାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର