ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପାରଦା କୁଲେସିକାଙ୍କୁ ମରଣାନ୍ତଙ୍କ ଆକ୍ରମଣ ହୋଇଛି। ଗତକାଲି ବିଳମ୍ବିତ ରାତ୍ରରେ ନିଜଗାଁ ଭାଲୁଯୋଡ଼ିରୁ ଲକ୍ଷ୍ମୀପୁରରେ ରହୁଥିବା ଘରକୁ ଆସୁଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଛି।
ରାତି ପାଖାପାଖି ୧୨ଟା ସମୟରେ ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପାରଦା କୁଲେସିକା ନିଜ କାର୍ରେ ଓହ୍ଲାଇ ଘରକୁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଅତର୍କିତ ଭାବେ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ପରିବାର ଲୋକେ ଚିତ୍କାର ଶୁଣି ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଆଜି ସକାଳେ ପାରଦା କୁଲେସିକା ଓ ତାଙ୍କ ପତ୍ନୀ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଛନ୍ତି। କେଉଁ କାରଣରୁ ଆକ୍ରମଣ କରାଯାଇଛି ତାହା ସେ ମଧ୍ୟ ଜାଣି ନଥିବା ପ୍ରକାଶ କରିଛନ୍ତି।
ରାତି ପାଖାପାଖି ୧୨ଟା ସମୟରେ ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପାରଦା କୁଲେସିକା ନିଜ କାର୍ରେ ଓହ୍ଲାଇ ଘରକୁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଅତର୍କିତ ଭାବେ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ପରିବାର ଲୋକେ ଚିତ୍କାର ଶୁଣି ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଆଜି ସକାଳେ ପାରଦା କୁଲେସିକା ଓ ତାଙ୍କ ପତ୍ନୀ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରିଛନ୍ତି। କେଉଁ କାରଣରୁ ଆକ୍ରମଣ କରାଯାଇଛି ତାହା ସେ ମଧ୍ୟ ଜାଣି ନଥିବା ପ୍ରକାଶ କରିଛନ୍ତି। ପାରିବାରିକ କଳହ ନା ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଛି, ତାହା ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ତଦନ୍ତ ପରେ ହିଁ ଅସଲ କାରଣ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/16/untitled-2025-08-16-10-51-59.png)