ରାୟଗଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ାର ଜଣେ ଫାଷ୍ଟଫୁଡ୍ ବ୍ଯବସାୟୀଙ୍କୁ ଭୁଜାଲିରେ ଆକ୍ରମଣ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ବ୍ଯବସାୟୀ ପ୍ରମୋଦ ଅଗ୍ରୱାଲଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ହାତରେ ଭୂଜାଲି ମାଡ଼ ହୋଇଥିବା ଜଣାପଡ଼ିଛି। ଏନେଇ ରାୟଗଡ଼ା ଟାଉନ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଦେଇଛି। ଭୁଜାଲିରେ ଆକ୍ରମଣ କରିଥିବା ଯୁବକ ଜଣେ ସ୍କ୍ରାପ୍ ବ୍ଯବସାୟୀ ହୋଇଥିବା ବେଳେ ତାର ପରିଚୟ ମିଳିନାହିଁ।
ଆଜି ପ୍ରମୋଦ ଫାଷ୍ଟଫୁଡ୍ ଦୋକାନରେ ବସିଥିବା ବେଳେ ଦୁର୍ବୃତ୍ତଜଣକ ଏକ ଭୁଜାଲିରେ ପ୍ରମୋଦଙ୍କ ବେକକୁ ହାଣିବାକୁ ଉଦ୍ଯମ କରିଥିଲା। ତେବେ ଆତ୍ମରକ୍ଷା କରିବା ସହ ପ୍ରମୋଦ ହାତକୁ ଉପରକୁ ଉଠାଇଦେଇଥିବା ବେଳେ ହାତରେ ଭୁଜାଲି ମାଡ଼ ହୋଇଛି। ପୂର୍ବରୁ ମଧ୍ଯ ଉକ୍ତ ଦୁର୍ବୃତ୍ତ ପ୍ରମୋଦଙ୍କୁ ଆକ୍ରମଣ କରିଥିବା ବେଳେ ଥାନାରେ ମଧ୍ଯ ଏତଲା ହୋଇଥିଲା।
ଆଜି ପ୍ରମୋଦ ଫାଷ୍ଟଫୁଡ୍ ଦୋକାନରେ ବସିଥିବା ବେଳେ ଦୁର୍ବୃତ୍ତଜଣକ ଏକ ଭୁଜାଲିରେ ପ୍ରମୋଦଙ୍କ ବେକକୁ ହାଣିବାକୁ ଉଦ୍ଯମ କରିଥିଲା। ତେବେ ଆତ୍ମରକ୍ଷା କରିବା ସହ ପ୍ରମୋଦ ହାତକୁ ଉପରକୁ ଉଠାଇଦେଇଥିବା ବେଳେ ହାତରେ ଭୁଜାଲି ମାଡ଼ ହୋଇଛି। ପୂର୍ବରୁ ମଧ୍ଯ ଉକ୍ତ ଦୁର୍ବୃତ୍ତ ପ୍ରମୋଦଙ୍କୁ ଆକ୍ରମଣ କରିଥିବା ବେଳେ ଥାନାରେ ମଧ୍ଯ ଏତଲା ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତ ପ୍ରମୋଦ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/30/oTDs3TdpNIQEcvCJ7lUw.png)