ଉଲୁଣ୍ଡା: ସୁବର୍ଣ୍ଣପୁରଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟ କୁମାର ମହାନନ୍ଦଙ୍କୁ ସରକାରୀ ବାସଭବନରେ ପଶି ୬ରୁ ୮ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯାହା ଫଳରେ ଗୁରୁତର ଆହତ ଚିନ୍ମୟ ମହାନନ୍ଦ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ବାସଭବନରେ ଥିବା ବେଳେ ୬ରୁ ୮ଜଣ ଯୁବକ ଆସି କବାଟ ବାଡେଇ ଥିଲେ। କବାଟ ଖୋଲିବା ମାତ୍ରକେ ସେମାନେ ଚିନ୍ମୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତଳେ ଘୋଷାଡି ଘୋଷାଡି ବିଧା ଗୋଇଠା ମାରି ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଦୁଇଗୋଟି ମୋବାଇଲ ଫୋନ ଲୁଟି ନେଇଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟକୁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଘରେ ପଶି ଆକ୍ରମଣ କରିଥିବା ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଗତକାଲି ସନ୍ଧ୍ୟାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଜ ବାସଭବନରେ ଥିବା ବେଳେ ୬ରୁ ୮ଜଣ ଯୁବକ ଆସି କବାଟ ବାଡେଇ ଥିଲେ। କବାଟ ଖୋଲିବା ମାତ୍ରକେ ସେମାନେ ଚିନ୍ମୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତଳେ ଘୋଷାଡି ଘୋଷାଡି ବିଧା ଗୋଇଠା ମାରି ମରଣାନ୍ତକ ଆକ୍ରମଣ କରି ତାଙ୍କ ଠାରୁ ଦୁଇଗୋଟି ମୋବାଇଲ ଫୋନ ଲୁଟି ନେଇଛନ୍ତି। ଏଭଳି ଅମାନୁଷିକ କାର୍ଯ୍ୟକୁ ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଘରେ ପଶି ଆକ୍ରମଣ କରିଥିବା ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଉଲୁଣ୍ଡା ବ୍ଲକରେ ବାରମ୍ବାର ପ୍ରଶାସନିକ ଅଧିକାରୀ ମାନଙ୍କ ଉପରେ ଆକ୍ରମଣ ହେବା ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଅପରାଧୀମାନଙ୍କ ସାହସ ବଢ଼ି ଯାଉଛି ଅଞ୍ଚଳରେ ଚର୍ଚ୍ଚା ଜୋର ଧରୁଛି। ଦେଖିବାକୁ ବାକି ରହିଲା ଖବର ପ୍ରକାଶନ ପରେ ଓଡ଼ିଶା ପ୍ରଶାସନିକ ସଂଘ ତରଫରୁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ଦୋଷୀମାନଙ୍କ ବିରୁଦ୍ଧରେ ଉଲୁଣ୍ଡା ପୁଲିସ କି ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।