ରାଜଗାଙ୍ଗପୁର: ରାଜଗାଙ୍ଗପୁର ଘୋଘର ମନ୍ଦିର ପୂଜକ ଦୈତ୍ୟାରି ଦେବସାଙ୍କ ଘରେ ଶନିବାର ରାତିରେ ଡକାୟତି ଉଦ୍ୟମ ବିଫଳ ହୋଇଛି। ଗ୍ରାମବାସୀ ଜଣେ ଡକାୟତକୁ କାବୁ କରିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। 

Advertisment

ସୂଚନା ଅନୁସାରେ, ଶନିବାର ବିମ୍ବିତ ରାତିରେ ୧୦/୧୨ ଜଣ ଡକାୟତ ଘରର ପାଚେରି ଡେଇଁ କବାଟ ଖୋଲିବା ପାଇଁ ଘରଲୋକଙ୍କୁ କହିଥିଲେ। ୧୦/୧୨ ଜଣ ଲୋକ ଲୁହାଛଡ଼ ଓ ଅନ୍ୟାନ୍ୟ ମାରଣାଅସ୍ତ୍ର ଧରିଥିବା ଘରଲୋକେ ଝରକା ବାଟେ  ଦେଖିବାକୁ ପାଇଥିଲେ। ଏହାଦେଖି ପରିବାର ଲୋକେ ମୋବାଇଲ୍‌ ଯୋଗେ ଘରପାଖ ଲୋକଙ୍କୁ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ଗାଁଲୋକ ପହଞ୍ଚିଥିଲେ। ସେଠାରେ ଡକାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍‌ ଧରି ଖଣ୍ଡଯୁଦ୍ଧ ହୋଇଥିଲା। ଏହାପରେ ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜଣକୁ ଗାଁଲୋକେ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣା ପରେ ଘରମାଲିକ ଦୈତ୍ୟାରି କାଂଶବ‌ାହାଲ ଫାଣ୍ଡିକୁ ଖବର ଦେବା ପରେ ମଧ୍ୟ ଠିକ୍‌ ସମୟରେ ଫାଣ୍ଡି ପୁଲିସ ଆସି ନଥିଲେ। ତୁମ ଗାଁକୁ ହାତୀ ଆସିଛି କହି ଏଡ଼ାଇ ଦେଇଥିଲେ।

ଶନିବାର ବିମ୍ବିତ ରାତିରେ ୧୦/୧୨ ଜଣ ଡକାୟତ ଘରର ପାଚେରି ଡେଇଁ କବାଟ ଖୋଲିବା ପାଇଁ ଘରଲୋକଙ୍କୁ କହିଥିଲେ। ୧୦/୧୨ ଜଣ ଲୋକ ଲୁହାଛଡ଼ ଓ ଅନ୍ୟାନ୍ୟ ମାରଣାଅସ୍ତ୍ର ଧରିଥିବା ଘରଲୋକେ ଝରକା ବାଟେ  ଦେଖିବାକୁ ପାଇଥିଲେ। ଏହାଦେଖି ପରିବାର ଲୋକେ ମୋବାଇଲ୍‌ ଯୋଗେ ଘରପାଖ ଲୋକଙ୍କୁ ଜଣାଇଥିଲେ। ଖବରପାଇ ଘଟଣାସ୍ଥଳରେ ଗାଁଲୋକ ପହଞ୍ଚିଥିଲେ। ସେଠାରେ ଡକାୟତ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍‌ ଧରି ଖଣ୍ଡଯୁଦ୍ଧ ହୋଇଥିଲା। ଏହାପରେ ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ଜଣକୁ ଗାଁଲୋକେ ଧରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣା ପରେ ଘରମାଲିକ ଦୈତ୍ୟାରି କାଂଶବ‌ାହାଲ ଫାଣ୍ଡିକୁ ଖବର ଦେବା ପରେ ମଧ୍ୟ ଠିକ୍‌ ସମୟରେ ଫାଣ୍ଡି ପୁଲିସ ଆସି ନଥିଲେ। ତୁମ ଗାଁକୁ ହାତୀ ଆସିଛି କହି ଏଡ଼ାଇ ଦେଇଥିଲେ।

ପରେ ଦୈତ୍ୟାରି କାଂଶବାହାଲ ଫାଣ୍ଡିରେ ପହଞ୍ଚି ଘଟଣାସ୍ଥଳକୁ ଆସିବା ପାଇଁ ଅନୁରୋଧ କରିବାରୁ ୨ଘଣ୍ଟା ବିଳମ୍ବରେ କାଂଶବ‌ାହାଲ ଫାଣ୍ଡିରୁ କିଛି ‌ପୁଲିସ ଘଟଣାସ୍ଥଳକୁ ଆସିଥିଲେ ଏବଂ ୧୧୨ ନମ୍ବରରେ ଜଣାଇବା ପାଇଁ  ଲୋକଙ୍କୁ କହିଥିଲେ। ଦୈତ୍ୟାରି ୧୧୨ରେ ଦୀର୍ଘ ସମୟ ଧରି କଲ୍‌ କରିବା ପରେ ସକାଳ ୪ଟାରେ ପୁଲିସ ଆସି ଅଟକ ଡକାୟତକୁ ନେଇଯାଇଥିଲେ। ଦୈତ୍ୟାରି ରାଜଗାଙ୍ଗପୁର ଥାନାରେ ସକାଳେ ଲିଖିତ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।