ନକ୍ସଲ ସଚିବ ବିମଳାଙ୍କ ଅଡିଓ ଟେପ୍ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଜାଗରକୋଣ୍ଡା ଏରିଆ କମିଟିର ସଚିବ ବିମଳା ଅଡିଓ ଟେପ୍ ଜାରି କରିଛନ୍ତି । ସଚିବ ବିମଳା ପିଏଲଜିଏ ସପ୍ତାହରେ ହମଲା କରଯାଇଥିବା ବିଭିନ୍ନ ଘଟଣା ସଂପର୍କରେ ବଖାଣିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଦ୍ବାରା ଜନ ଆନ୍ଦୋଳନକୁ ଦବାଇ ଦେବା ପାଇଁ ଏସଟିଏଫ, ସିଆରପିଏଫ ଏବଂ ଡିଆରଜି ଯବାନଙ୍କୁ ମୁତୟନ କରି ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରିବା,ମହିଳାଙ୍କୁ ଅସଦାଚରଣ କରିବା,ଗ୍ରାମବାସୀଙ୍କୁ ମିଥ୍ୟା କେଶରେ ଭର୍ତ୍ତି କରି ଏବଂ ମାରପିଟ କରିବା ତଥା ଲୁଟପାଟ କରିବା ଭଳେ ସଂଗୀନ ଅଭିଯୋଗ ଲଗାଇଛନ୍ତି ।

ପୁଲିସ ଦ୍ବାରା ଆରମ୍ଭ କରାଯାଇଥିବା ପ୍ରହାର ଦମନ ଅଭିଯାନରେ ଦକ୍ଷିଣ ବସ୍ତର ଡିଭିଜନର ବିଜାପୁର ଓ ସୁକମା ଜିଲ୍ଲା ଅନ୍ତର୍ଗତ ପୁରନପୁଲି ଗ୍ରାମରେ ଅଗଷ୍ଟ ୧୨ ତାରିଖରେ ଚାରି ଜଣ ଗ୍ରାମବାସୀଙ୍କୁ ପୁଲିସ ହତ୍ୟା କରିଥିଲା । ଅକ୍ଟୋବର ୧୬ ତାରିଖ ଦିନ ବରସାଗୁଡା ଗ୍ରାମରେ ବିକେଶକୁ ପୁଲିସ ଧରି ହତ୍ୟା କଲା । ୨୦ ଅକ୍ଟୋବରରେ ମଧ୍ୟ ପୁଲିସ ପେଦାବାଲରୁ ଠାରେ ଗୁଳି କରି ନିରୀହ ଜନତାକୁ ହତ୍ୟା କଲେ। ବହୁ ଲୋକଙ୍କୁ ମିଥ୍ୟା କେଶରେ ଫସାଇ ଜେଲରେ ଭର୍ତ୍ତି କରାଯାଇଛି ।୧୩୪ ଜଣ ଗ୍ରାମବାସୀଙ୍କୁ ପୁଲିସ ନିର୍ଦ୍ଧୁମ ପିଟିଛି।ଚିନ୍ତଲନାର ଠାରେ ପୁଲିସ କ୍ୟାମ୍ପ ହେବା ପରେ ଗ୍ରାମବାସୀ ଏହି କ୍ୟାମ୍ପକୁ ହଟାଇବା ପାଇଁ ଦାବି କରିଥିଲେ।ତେବେ ପୁଲିସ ୫୭ ଜଣ ଗ୍ରାମବାସୀଙ୍କୁ ମାରିବା ସହ ମହିଳାଙ୍କୁ ଅସଦାଚରଣ କରିଥିଲେ ବୋଲି ବିମଳା ଅଭିଯୋଗ କରିଛି।ଗତ ଜୁଲାଇ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ନକ୍ସଲ ସଂଗଠନର ପିଏଲଜିଏ ଦ୍ବାରା ସ୍ପାଇକ ହଲ ଏବଂ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ବହୁ ଯବାନଙ୍କୁ ଆହତ କରିବା ସହ ଆସିଷ୍ଟାଣ୍ଡ କମାଣ୍ଡଣ୍ଟଙ୍କର ମୃତ୍ୟୁ ହୋଇଥିଲା । ପିଏଲଜିଏ ହମଲାରେ ୪୧ ଜଣ ପୁଲିସ ଅଧିକାରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ମୃତ୍ୟୁବରଣ କରିଛନ୍ତି । ୨୮ ନଭେମ୍ବର ବାସାଗୁଡା ଠାରେ ସ୍ପାଇକ ହଲରେ ଦୁଇ ଜଣ ଗ୍ରାମବାସୀ ଆହତ ହେବା ପରେ ବିମଳା ଏହାକୁ ନିଜର ଦୋଷ ବୋଲି ସ୍ବୀକାର କରିଛି । ପୁଲିସର କୌଣସି କାର୍ଯ୍ୟକ୍ରମକୁ ଗ୍ରାମବାସୀ ଯାନ୍ତୁ ନାହିଁ ଏବଂ ପୁଲିସ ଗାଡିରେ ଯିବା ଆସିବା କରନ୍ତୁ ନାହିଁ । କୌଣସି ମୁହର୍ତ୍ତରେ କିଛି ବି ଘଟିବାର ସମ୍ଭାବନା ରହିଛି।ଏହି ଅଂଚଳରେ ଥିବା ପ୍ରାକୃତିକ ସମ୍ବଳକୁ ପୁ୍ଞ୍ଜିପତି ଓ କର୍ପୋରେଟ ଦଲାଲମାନଙ୍କୁ ସରକାର ବିକ୍ରି କରିଦେଉଛନ୍ତି । ଏଥିପାଇଁ ସରକାର ଜନତାଙ୍କ ଉପରେ ଭୀଷଣ ଦମନଲୀଳା ଚଳାଇଛନ୍ତି । ତେଣୁ ସମସ୍ତେ ଏକତ୍ରିତ ହୋଇ ଏହି ଦମନଲୀଳାକୁ ବିରୋଧ କରନ୍ତି ବୋଲି ସେ ଦାବି କରିଛନ୍ତି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କର ସମାଧାନ ଯୋଜନାକୁ ବିରୋଧ କରାଯାଇଛି । ତେବେ ଗତ କିଛି ଦିନ ତଳେ ସଚିବ ସାଇନାଥର ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଏବେ ସଚିବ ବିମଳାଙ୍କ ଅଡିଓ ଟ୍ୟାପ ଜାରି କରି ପିଏଲଜିଏର ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି।

ସମ୍ବନ୍ଧିତ ଖବର