ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀର ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀରୁ ଭାଜପା ପାଇଁ ପ୍ରାର୍ଥୀ ହୋଇଛନ୍ତି। ଗୌତମ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କର ସମ୍ପତ୍ତିର ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସଥିଲା। ତାଙ୍କର ବାର୍ଷିକ ଆୟ ୧୨କୋଟିରୁ ଅଧିକ ଓ ପାଖାପାଖି ସମ୍ପତ୍ତି ମୂଲ୍ୟ୧୪୭କୋଟି ଟଙ୍କା ଥିବା ଜଣାପଡ଼ିଛି। ଏଥିସହିତ ସେ ଲୋକସଭାର ପାଖାପାଖି ୩୪୯ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ। ବର୍ଷ ୨୦୧୭-୧୮ରେ ଇନ୍କମ୍ ଟ୍ୟାକ୍ସ ରିଟର୍ନରେ ତାଙ୍କର ବାର୍ଷିକ ଆୟ ୧୨.୪୦ କୋଟି ବୋଲି ଦର୍ଶା ଯାଇଥିଲା।
ଗୌତମ ଗମ୍ଭୀରଙ୍କ ପାଖାପାଖି ସମ୍ପତ୍ତି ୧୪୭କୋଟି ଟଙ୍କା ରହିଛି। ଗୌତମଙ୍କ ବାର୍ଷିକ ୧୨.୪୦ କୋଟି ଆୟ ବ୍ୟତୀତ ତାଙ୍କ ପତ୍ନୀ ନତାଶା ଗମ୍ଭୀର ଇନ୍କମ୍ ଟ୍ୟାକ୍ ରିଟର୍ନ ଫାଇଲ କରିବା ସମୟରେ ତାଙ୍କର ବାର୍ଷିକ ଆୟ ୬.୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ପୂର୍ବ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ବିପକ୍ଷରେ ଆମ ଆଦମୀ ପାର୍ଟିର ଆତିଶି ମାର୍ଲେନା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଗୌତମ ଗମ୍ଭୀର ପରେ ଦ୍ୱିତୀୟ ସବୁଠାରୁ ଧନୀ ଲୋକସଭା ନିର୍ବାଚନ ପ୍ରାର୍ଥୀ ମହାବଳ ମିଶ୍ରା କଂଗ୍ରେସ ପାଇଁ ପଶ୍ଚିମ ଦିଲ୍ଲୀରୁ ନିର୍ବାଚନ ଲଢ଼ୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/gambhir-1553237980.jpg)