ସୋର: ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଅଟୋ ଓଲଟି ୭ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। 

Advertisment

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ରଟିଣା, ହରିପୁର ଓ ଵର୍ତନା ଅଂଚଳରୁ ପିଲାମାନଙ୍କୁ ନେଇ ଜଣେ ଚାଳକ ଏକ ଅଟୋରେ ପଲସା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ବେଳେ ପଦୁନା ନିକଟରେ ଏକ ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା l ଅଟୋରେ ଥିବା ସମସ୍ତ ୭ ଜଣ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ରଟିଣା, ହରିପୁର ଓ ଵର୍ତନା ଅଂଚଳରୁ ପିଲାମାନଙ୍କୁ ନେଇ ଜଣେ ଚାଳକ ଏକ ଅଟୋରେ ପଲସା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ବେଳେ ପଦୁନା ନିକଟରେ ଏକ ସାଇକେଲ ଆରୋହୀକୁ ବଞ୍ଚାଇବାକୁ ଯାଇ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା l ଅଟୋରେ ଥିବା ସମସ୍ତ ୭ ଜଣ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛିl