ଜେଲ୍‌ ମଧ୍ୟରେ ଅସୁସ୍ଥ ହେବାରେ ଲାଗିଛନ୍ତି ବାବା: ଘୋର ଚିନ୍ତାରେ ପାଳିତକନ୍ୟା ହନି

ଚଣ୍ଡିଗଡ଼: ଦୁଷ୍କର୍ମକାରୀ ବାବା ରାମ ରହିମ୍‌ ଦିନକୁ ଦିନ ଜେଲ୍‌ ମଧ୍ୟରେ ଅସୁସ୍ଥ ହେବାରେ ଲାଗିଛନ୍ତି। ପାଳିତା କନ୍ୟା ହନିପ୍ରୀତଙ୍କୁ ଘାରିଛି ବାପାଙ୍କ ପିଠି ଯନ୍ତ୍ରଣା ଚିନ୍ତା। ଡେରା ମୁଖ୍ୟ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ଏବେ ପୁଲିସ କବଜାରେ। ତେବେ ଜଣାପଡ଼ିଛି ରିମାଣ୍ଡ ଅବଧିର ପଚରା ଉଚରା ସମୟରେ ସେ ଧୀରେ ଧୀରେ ଚିନ୍ତା ଗ୍ରସ୍ତ ହୋଇପଡ଼ୁଛନ୍ତି। ଜେଲରେ ବନ୍ଦ ହନିପ୍ରୀତ ବାପା ଗୁରମିତ ରାମରହିମଙ୍କୁ ବହୁତ ମନେ ପକାଉଛନ୍ତି। ବଳାତ୍କାରୀ ବାବାଙ୍କ ପାଳିତା ତଥା ଅତି ପ୍ରିୟ କନ୍ୟା ଏବେ ତାଙ୍କୁ ସାକ୍ଷାତ କରବା ପାଇଁ ଚାହୁଁଛନ୍ତି। ବିଗତ ୪ ଦିନ ଧରି ପୁଲିସ୍‌ ହନିପ୍ରୀତଙ୍କୁ ପଚରା ଉଚାର କରୁଛି। ତେବେ ସୂଚନା ଅନୁସାରେ ପୁଲିସ ଅଧିକାରୀ କହିଛନ୍ତି ବାପା ରାମ ରହିମଙ୍କୁ ସାକ୍ଷାତ କିରବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ହନିପ୍ରୀତ।

ପାଳିତା କନ୍ୟା ହନିପ୍ରୀତ ବାପାରାମ ରହିମଙ୍କ ପିଠି ଯନ୍ତ୍ରଣା ପାଇଁ ବହୁତ ଚିନ୍ତିତ ଅଛନ୍ତି। ହନିପ୍ରୀତ ବାରମ୍ବାର କହି ଚାଲିଛନ୍ତି ଯେ ବାପାଙ୍କ ଅଣ୍ଟାରେ ସବୁବଳେ ଯନ୍ତ୍ରଣା ଥାଏ, ସେ ଏବେ ବତ୍ତର୍ମାନ ବହୁତ କଷ୍ଟରେ ଥିିବେ। ତେଣୁ ମୁଁ ତାଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛି। ରାମ ରହିମଙ୍କୁ ଭେଟିବା ପାଇଁ ସେ ପୁଲିସ ଅଧିକାରୀମାନଙ୍କୁ ଅନୁରୋଧ କରୁଛନ୍ତି ବୋଲି ଖବର ଆସୁଛି। ଏଥିଯୋଗୁଁ ହନିପ୍ରୀତଙ୍କ ଚେକଅପ ପାଇଁ ଆସୁଥବା ମହିଳା ଡାକ୍ତରଙ୍କ ଠାରୁ ସେ ଗାଳି ମଧ୍ୟ ଶୁଣିଛନ୍ତି।

ହନିପ୍ରୀତ ବାରମ୍ବାର କହି ଚାଲିଛନ୍ତି ଯେ ବାପାଙ୍କ ଅଣ୍ଟାରେ ସବୁବଳେ ଯନ୍ତ୍ରଣା ଥାଏ, ସେ ଏବେ ବତ୍ତର୍ମାନ ବହୁତ କଷ୍ଟରେ ଥିିବେ। ତେଣୁ ମୁଁ ତାଙ୍କୁ ସାକ୍ଷାତ କରିବା ପାଇଁ ଚାହୁଁଛି।

ମହିଳା ଡାକ୍ତର ଜଣକ ହନିପ୍ରୀତଙ୍କୁ କହିଛନ୍ତି ରାମ ରହିମଙ୍କୁ ଯଦି ପିଠିରେ ଯନ୍ତ୍ରଣା ହେଉଛି ସେକଥା ଡାକ୍ତର ବୁଝିବେ ବୋଲି କହିଛନ୍ତି। ସେପଟେ ଗୁରୁମିତ ରାମ ରହିମ ଜେଲ ପଞ୍ଚିବା ପରେ ହିଁ ହନିପ୍ରୀତ ତାଙ୍କ ସହ ଜେଲରେ ରୁହନ୍ତୁ ବୋଲି ଆଗ୍ରହ ପ୍ରାକଶ କରିଥିଲେ। ସେ କହିଥିଲେ ଯେ ହନିପ୍ରୀତ ହେଉଛନ୍ତି ତାଙ୍କ ଫିଜିଓଥେରାପିଷ୍ଟ।

ମାତ୍ର ଏକଥାକୁ ଅସ୍ୱୀକାର କହିଛନ୍ତି ଜିଲ୍ଲା ଅଧିକାରୀ। ହନିପ୍ରୀତ ଏବେ ଜେଲରେ। ସେ ତାଙ୍କ ପାଖାପାଖି ଥିବା କୌଣସ ମହିଳା ପୋଲିସ କର୍ମୀଙ୍କ ସହ ଅଧିକ କଥାବାର୍ତ୍ତା କରୁନାହାନ୍ତି। ଜଣେ ପୋଲସ କରିଛନ୍ତି , ହନିପ୍ରୀତ ଭଲରେ ଖାଇବା ପିଇବା ମଧ୍ୟ କରୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ବାବା ରାମ ରହିମଙ୍କ ଦଣ୍ଡ ଶୁଣାଣି ସମୟରେ ପଞ୍ଚକୁଲାରେ ହିସାଂ ଘଟାଇବା ପାଇଁ ହନିପ୍ରୀତ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ଲୋକଙ୍କୁ ଦେଇଥିଲେ। ଅଗଷ୍ଟ ୨୫ରେ ପଞ୍ଚକୁଲାରେ ହୋଇଥିବା ହିଂସା ପାଇଁ ସିରସା ଡେରାରେ ହୋଇଥିଲା ଯୋଜନା।ଗୁରମିତ ରାମରହିମଙ୍କ ଡ୍ରାଇଭର ରାକେଶ କୁମାରକୁ ପଚରାଉଚରା ବେଳେ ଏହି ତଥ୍ୟ ପଦାକୁ ଆସିଛି। ସ୍ପେଶାଲ ଇନଭେଷ୍ଟିଗେସନ ଟିମର ଏସିିପି ମୁକେଶ ମଲହୋତ୍ରାଙ୍କ ଗଠିତ ଟିମ ଗୁରମିତଙ୍କ ଡ୍ରାଇଭରକୁ ପଚରାଉଚରା କଲାବେଳେ ଏହି ଗୁମର ଖୋଲିଛନ୍ତି ଯେ ରାମରହିମ ଦୋଷୀ ସାବ୍ୟସ୍ତ ହେଲାପରେ ହିଂସା ଘଟାଇବା ପାଇଁ ତାଙ୍କ ସମର୍ଥକଙ୍କୁ ଏହି ଟଙ୍କା ବଂଟା ଯାଇଥିଲା।

 

ସମ୍ବନ୍ଧିତ ଖବର