ପଶ୍ଚିମବଙ୍ଗର  ବିଭିନ୍ନ ବୁଥ୍‌ରେ ନିର୍ବାଚନୀ ହିଂସା : ଆସାନସୋଲର ବିଜେପି ସାଂସଦ ପ୍ରାର୍ଥୀ ବାବୁଲ ସୁପ୍ରିୟୋଙ୍କ ଗାଡ଼ି ଉପରକୁ ଆକ୍ରମଣ, ଭାଇରାଲ ହେଲା ଭିଡିଓ

ଆସାନସୋଲ : ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହେଉ ହେଉ ପଶ୍ଚିମବଙ୍ଗର ଆସାନସୋଲରେ ନିର୍ବାଚନୀ ହିଂସା ଦେଖା ଯାଇଛି । ପୋଲିଂ ବୁଥ୍‌ ନମ୍ବର ୧୨୫,୧୨୯,୨୨୨, ୨୨୬ ଏବଂ ୧୯୯ରେ ହିଂସା ଦେଖା ଯାଇଥିବା ବେଳେ ବୁଥ୍‌ ନମ୍ବର ୧୯୯ରେ ବିଜେପି ସାଂସଦ ପ୍ରାର୍ଥୀ ଥିବା ବାବୁଲ ସୁପ୍ରିୟୋଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଛି । ପୋଲିଂ ବୁଥ୍‌ରେ କୌଣସି ବିଜେପି ଏଜେଣ୍ଟ ନଥିବାରୁ ତୃଣମୂଳ କଂଗ୍ରେସ ଏବଂ ପୋଲିଂ ବୁଥ୍‌ର ସୁରକ୍ଷାକର୍ମୀଙ୍କ ମଧ୍ୟ ପାଟିତୁଣ୍ଡ ଆରମ୍ଭ ହୋଇ ଯାଇଥିଲା । ଏହା ପରେ ପରେ ରାଗରେ ସାଂସଦ ପ୍ରାର୍ଥୀ ଥିବା ବାବୁଲ ସୁପ୍ରିୟୋଙ୍କ ଗାଡ଼ିକୁ ଆକ୍ରମଣ କରାଯାଇଥିଲା, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସି ଯାଇଛି ।

ଅନ୍ୟ ପକ୍ଷରେ, ବୁଥ୍‌ ନମ୍ବର ୨୨୨ ଏବଂ ୨୨୬ରେ ସେଣ୍ଟ୍ରାଲ ଫୋର୍ସଙ୍କ ଅନୁପସ୍ଥିତି ପାଇଁ ମତଦାନ କରିବାକୁ ଆସିଥିବା ଲୋକେ ଭୋଟ୍‌ ଦେବା ପାଇଁ ମନା କରି ଦେଇଛନ୍ତି । ମତଦାତାମାନେ ମତଦାନ ପାଇଁ ମନା କରିବା ସହ ଆନ୍ଦୋଳନ ଜାରି ରଖିଥିବାରୁ ଏହି ଦୁଇଟି ବୁଥ୍‌ରେ ମତଦାନକୁ  ବନ୍ଦ କରି ଦିଆ ଯାଇଛି । ଏହାପରେ ମତଦାତାଙ୍କୁ ଘଉଡାଇବା ଲାଗି ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ସୂଚନା ରହିଛି।

ସେଭଳି ଭାବରେ ବୁଥ୍‌ ନମ୍ବର ୧୨୫-୧୨୯ରେ ସେଣ୍ଟ୍ରାଲ ଫୋର୍ସର ଅନୁପସ୍ଥିତ ଥାଇ ମଧ୍ୟ ତୃଣମୂଳ କଂଗ୍ରେସର କର୍ମୀମାନେ ମତଦାନ ପ୍ରକ୍ରିୟା ଜାରି ରଖିବା ପାଇଁ ବାଧ୍ୟ କରିଥିଲେ । ଯାହା ପାଇଁ ତୃଣମୂଳ କଂଗ୍ରେସ କର୍ମୀ, ସୁରକ୍ଷାକର୍ମୀ ଏବଂ ତ୍ୱରିତ ପ୍ରତିକ୍ରିୟା ବଳ ମଧ୍ୟ.ରେ ବଚସା ହୋଇଥିବାର ସୂଚନା ମିଳିଛି ।

ସମ୍ବନ୍ଧିତ ଖବର