ଭୁବନେଶ୍ବର: ଆଜି ଜନ୍ମଦିନରେ ବାବୁସାନ୍ ଖାରବେଳ ଥାନାରେ ପୁଲିସ ଜେରାର ସମ୍ମୁଖୀନ ହେବା ପରେ ଥାନାରୁ ବାହାରିଛନ୍ତି। ତେବେ ଗଣମାଧ୍ୟମକୁ ବାବୁସାନ୍ ବା ତାଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଲେନି। ଏନେଇ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ନୋଟିସ୍ ମୁତାବକ ବାବୁସାନ୍ ଥାନାରେ ପହଞ୍ଚିଥିଲେ। ତଦନ୍ତରେ ବାବୁସାନ୍ ସହଯୋଗ କରିଛନ୍ତି। ତାଙ୍କୁ ଦୁଇଟି ମାମଲାରେ ପଚରାଉଚରା କରାଯାଇଛି। ଜେରା ସମୟରେ ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ବି ଉପସ୍ଥିତ ଥିଲେ।
ସେ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ରଙ୍କ ସହ ଜଗନ୍ନାଥ ବିହାର ଘରୁ ବାହାରିଥିଲେ। ଆଜି ଖାରବେଳ ଥାନାରେ ବାବୁସାନ୍ ହାଜର ହୋଇ ପୁଲିସ ଜେରାର ସମ୍ମୁଖୀନ ହେଉଥିବା କୁହାଯାଉଛି। ପୁଲିସ ଇତିମଧ୍ୟରେ ପଚରାଉଚରା ଆରମ୍ଭ କରିଥିବାର ସୂଚନା ରହିଛି।
ଏଣେ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଣେ ଆଜି ସକାଳେ ତାଙ୍କ ଘର ସାମ୍ନାରେ ଫ୍ୟାାନମାନଙ୍କର ଭିଡ଼ ଲାଗି ରହିଥିଲା।