ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନର୍ ଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଶେଷରେ ଜାମିନ ମିଳିଛି | ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜଗନ୍ନାଥଙ୍କୁ ଜାମିନ ମିଳିଛି | ଖୋର୍ଦ୍ଧା ଜିଲା ଓ ଦୌରାଜଜଙ୍କ କୋର୍ଟ ଆଜି ଜଗନ୍ନାଥଙ୍କୁ ଜାମିନ ମିଳିଥିବାବେଳେ ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି | ଉଲ୍ଲେଖ ଥାଉ କି ବିଏମ୍ସିର ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଥିଲେ ।
ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲା । ଏହି ଘଟଣା ପରେ ଜଗନ୍ନାଥ ପ୍ରଧାନ ଭୁବନେଶ୍ବର ଡିସିପି ଅଫିସରେ ଆତ୍ମସମର୍ପଣ କରିଥିଲେ । ତାଙ୍କୁ ପୁଲିସ ଗିରଫ କରିଥିଲା | ତାଙ୍କ ନାମରେ ସଙ୍ଗିନ ଦଫା ଲଗାଇ କମିସନରେଟ୍ ପୁଲିସ କୋର୍ଟ ଚାଲାଣ କରିଥିଲା ।
ତାଙ୍କ ନାମରେ ଭାରତୀୟ ନ୍ୟାୟ ସଂହିତାର ୧୨୧(୧), ୧୨୧(୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪, ୩୩୩, ୩୫୧(୨), ୫୪, ୬୧(୨), ୬୨ ଲାଗିଥିଲା । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା | ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଜାମିନ ଖାରଜ କରିବା ପରେ ଶ୍ରୀ ପ୍ରଧାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା । ଏହାପରେ ଜାମିନ ଆବେଦନ କରିଥିଲେ ଜଗନ୍ନାଥ | ଆଉ ଆଜି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି |