ବାଲିଅନ୍ତା : ବାଇକ ଜାଳିଦେଲେ ଦୁର୍ବୃତ୍ତ

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ରଙ୍ଗଣିସାହିର ଦେବରାଜ ବେହେରାଙ୍କ ଘର ସାମନାରେ ଥୁଆ ହୋଇଥିବା ପଲସର ବାଇକକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଛି । ଏହି ଅଗ୍ନିକାଣ୍ଡରେ ବାଇକର ଅଧିକାଂଶ ଅଂଶ ପୋଡ଼ିଯାଇଛି । ପଡ଼ୋଶୀମାନେ ଏହା ଦେଖି ଡାକପକାଇଥିଲେ । ଦେବରାଜ ଓ ତାଙ୍କ ପରିବାର ଲୋକ ବାହାରକୁ ଧାଇଁ ଆସି ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ହେଲେ ସେତେବେଳେକୁ ବାଇକଟି ୫୦ ପ୍ରତିଶତ ଜଳିଯାଇଥିଲା ।

ଖବର ପାଇ ବାଳକାଟି ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିରୋଧୀ ଗୋଷ୍ଠୀ ଉତକ୍ଷିପ୍ତ ହୋଇ ବାଇକ ଜାଳି ଦେଇଥିବା ଦେବରାଜ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ରାତି ପ୍ରାୟ ୨ଟା ସମୟରେ ପାଟିଶୁଣି ଝରକାବାଟେ ବାଇକ ଜଳୁଥିବା ଦେବରାଜ ଦେଖି ବାହାରକୁ  ଆସି ପିଲାଙ୍କ ସହ ପାଣି ପକାଇ ଲିଭାଇଥିଲେ । ପୁଲିସ ସୂଚନା ମୁତାବକ ଏତଲାରେ ସେ  ଅଭିଯୁକ୍ତଙ୍କ ନାମ ଉ‌ଲ୍ଲେଖ କରିବା ସହ ପୁଲିସଙ୍କୁ ଜଣାଇଥିବା କହିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ  ଦୁଇ ସପ୍ତାହ ତଳେ ଦେବରାଜ ଓ ଅନ୍ୟ ଜଣେ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସଂପୃକ୍ତ ଯୁବକ  ତାଙ୍କୁ ବିଭିନ୍ନ ଧମକ ଦେଇଥିବା ଦେବ ଏତଲାରେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର