ରାଉରକେଲା: ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ହେଁ ଫେରାର ଦୁଇ ଯୁବକଙ୍କ ଟେର୍ପାଉନି ପୁଲିସ। ଗୁଳିମାଡ଼ର ଶିକାର ଫିଟ୍ନେସ୍ ଟ୍ରେନର ସାମଲ ସରକାର(୨୫)ଙ୍କ ଲିଖିତ ଅଭିଯୋଗ ଓ ସ୍ଥାନୀୟ ଲୋକଙ୍କ ବୟାନ ଅନୁଯାୟୀ ପୁଲିସର ଏକ ଟିମ୍ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ପୂର୍ବ ଶତ୍ରୁତାକୁ ନେଇ ଦୁଇ ଅଜ୍ଞାତ ଯୁବକ ସାମଲଙ୍କୁ ଗୁଳିମାଡ କରିଥିବା ପୁଲିସ ଅନୁମାନ କରୁଛି। ଚିକିତ୍ସା ପରେ ସାମଲଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାପଡିଛି। ସଂଧ୍ୟା ସମୟରେ ସହରର ଜନଗହଳିପୂର୍ଣ୍ଣ ବନ୍ଧମୁଣ୍ଡା ‘ଡ’ବ୍ଲକ ଡାକଘର ଛକରେ ଗୁଳିକାଣ୍ଡ ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡା କରିଛି।
ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ସାମଲ ସରକାର ଫିଟ୍ନେସ୍ ପାର୍କରେ ପିଲାମାନଙ୍କୁ ତାଲିମ୍ ଦେଉଥିଲେ। ହଠାତ୍ ଦୁଇ ଅଜ୍ଞାତ ଯୁବକ ପାର୍କ ଭିତରେ ପଶି ସାମଲଙ୍କ ସହ ପାଟିତୁଣ୍ଡ କରିଥିଲେ। ସାମଲ ସେମାନଙ୍କୁ ପାର୍କରୁ ଚାଲିଯିବାକୁ କହିଥିଲେ। ବନ୍ଧମୁଣ୍ଡା ‘ଡି’ ବ୍ଲକ ଡାକଘର ଛକ ନିକଟରେ ଦୁଇ ଅଜ୍ଞାତ ଯୁବକ ସାମଲଙ୍କୁ ଠେଲାପେଲା କରିବା ସହ ମାଡ଼ ମାରିଥିଲେ। ବିରୋଧ କରିବାରୁ ତିନି ଯୁବକଙ୍କ ମଧ୍ୟରୁ ପକେଟ୍ରୁ ପିସ୍ତଲ ବାହାର କରି ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ପେଟରେ ବାଜି ଚାଲିଯାଇଥିଲା। ସାମଲ ତଳେ ପଡିଯିବା ପରେ ଦୁଇ ଅଜ୍ଞାତ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/02/16/jLKqapNrrqzCsWtLUZ63.jpg)