ଢାକା : ବିଶ୍ବକପ୍ରୁ ବିଦା ହେବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ବିସିସିଆଇ ଉପରେ ଦାଉ ସାଧିବାକୁ ବାଟ ଖୋଜୁଛି। ସେଥିପାଇଁ ଆଇପିଏଲ୍କୁ ଅନୁକରଣ କରି ପୂର୍ବରୁ ପୁରୁଷ ଟ୍ବେଣ୍ଟି-୨୦ ଲିଗ୍ ଆରମ୍ଭ କରିବା ପରେ ଡବ୍ଲ୍ୟୁପିଏଲ୍କୁ ଟକ୍କର ଦେବାକୁ ଯାଇ ଏକ ନିଜସ୍ବ ମହିଳା ଲିଗ୍ ଆରମ୍ଭ କରିବାକୁ ଯାଉଛି।
ବୁଧବାର ସଂଧ୍ୟାରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା କରିଛି। ପ୍ରସ୍ତାବିତ ଲିଗ୍ର ନାଁ ଡବ୍ଲ୍ୟୁବିପିଏଲ୍ (ଓମେନ୍ସ ବାଂଲାଦେଶ ପ୍ରିମିୟର୍ ଲିଗ୍) ରଖାଯାଇଛି। ଆସନ୍ତା ଏପ୍ରିଲ ମାସରେ ଖେଳାଯିବାକୁ ଥିବା ପ୍ରଥମ ସଂସ୍କରଣ ମାତ୍ର ତିନିଟି ଦଳକୁ ନେଇ ଖେଳାଯିବ। ପୂର୍ବରୁ ପ୍ରସ୍ତୁତ ଚିଠା ଅନୁସାରେ ଫ୍ରାଞ୍ଚାଇଜ ଦଳ ଗଠନ କରିବେ।
ଫ୍ରାଞ୍ଚାଇଜଙ୍କ ପାଖରେ ଘରୋଇ ଓ ବିଦେଶ ଖେଳାଳିଙ୍କୁ ନେବାର ସୁଯୋଗ ରହିବ। ଲିଗ୍ ଏପ୍ରିଲ ୩ରୁ ୧୫ ଯାଏ ଖେଳାଯିବ। ବିସିବି ନିର୍ଦ୍ଦେଶିକା ରୁବାବା ଦୋଉଲା ଡବ୍ଲ୍ୟୁବିପିଏଲ୍ ପରିଚାଳନା ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/12/images-2026-02-12-11-19-13.jpeg)