ରାୟଗଡା: ସବ୍ୟସାଚୀ ପଣ୍ଡା, ଆଜାଦ, ଉଦୟ ଓ ନିଖିଲ ଏମାନେ କେବେ ଆଦିବାସୀ  ନଥିଲେ, ଆଦିବାସୀମାନଙ୍କୁ ନକ୍ସଲ ସଂଗଠନରେ ରଖି ଅତ୍ୟାଚାର କରୁଥିଲେ I ଏଭଳି ଲେଖା ହୋଇଥିବା ବ୍ୟାନର ରାୟଗଡା ଜିଲ୍ଲା ସଦର ବ୍ଲକ ଧୁମଗୁଡାରେ ଲାଗିଥିବା ଦେଖିବାକୁ ମିଳିଛି I ଏହାର ଜବାବ  ଦେବା ପାଇଁ ଡମ୍ବାଇ ମାଝୀ ଓ ମେଘ ଜାନି ପ୍ରସ୍ତୁତ ଅଛନ୍ତି I ଲାଲ ସଲାମ ଲେଖି ମେଘନାଦ, ଡମ୍ବାଇ ମାଝୀ ରାଜ୍ୟ ସମ୍ପାଦକ କେ ବି କେ ଡିଭିଜନ ବୋଲି  ବ୍ୟାନରରେ ଦେଖିବାକୁ ମିଳିଛି I ଆଦିବାସୀ ଶୋଷଣ ନୀତି ବନ୍ଦ କରନ୍ତୁ ବୋଲି ବ୍ୟାନରରେ ଲେଖା ଯାଇଛି I ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ I 

Advertisment

ଉଲ୍ଲେଖ ଥାଉ କି କିଛି ଦିନ ତଳେ ନିଖିଲ ଙ୍କ ସମେତ ତାଙ୍କ ପତ୍ନୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ | ବିଶେଷ କରି ଏବେ ମାଓ ସଂଗଠନ ଅତି ଦୁର୍ବଳ ଅବସ୍ଥାକୁ ଆସିଯାଇଛି | ସୁରକ୍ଷାବାହିନୀଙ୍କ ଲଗାତାର ଏନକାଉଣ୍ଟର ସାଙ୍ଗକୁ ଟପ ମାଓନେତାମାନଙ୍କ ଆତ୍ମସମର୍ପଣ ଯୋଗୁଁ ଗୋଟିଏ ପରେ ଗୋଟିଏ ଜିଲ୍ଲା ମାଓବାଦୀ ମୁକ୍ତ ହେବାରେ ଲାଗିଛି | ଆଉ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତର ଘୋଷଣା କରିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦାବି ପ୍ରମାଣିତ ହେବ ବୋଲି ସମ୍ଭାବନା ଦେଖାଦେଇଛି |