ଭୁବନେଶ୍ୱର: ମହାନଦୀ ଅବବାହିକାରେ ହେବ ୭ଟି ବ୍ୟାରେଜ | ଏହି ସୂଚନା ଦେଇଛନ୍ତି ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବି ନାୟକ | ଏହା ସହ ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଦେଇ ଯାଉଥିବା ମହାନଦୀ ଅବବାହିକାରେ ପାଣି କମୁଛି ବୋଲି ସେ ଗୃହରେ ସ୍ୱୀକାର କରିଛନ୍ତି | ରବି ନାୟକ କହିଛନ୍ତି ଯେ ଉଦୟପୁରରେ ହୋଇଥିବା ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି |
ମୁଖ୍ୟମନ୍ତ୍ରୀ ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି | ସେହିପରି ପୁରୀଜିଲ୍ଲା ଦେଇ ଯାଉଥିବା ଦୟାନଦୀରେ ବି ପାଣି କମୁଥିବା ନେଇ ପଂଚାୟତିରାଜ ମନ୍ତ୍ରୀ ସ୍ୱୀକାର କରିଛନ୍ତି | ମନ୍ତ୍ରୀ କହିଛନ୍ତି ଯେ ପାଣି ଆସିବା ନେଇ ଛତିଶଗଡ଼ ସହ ଆଲୋଚନା ହୋଇଛି | ଛତିଶଗଡ଼ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି | ଉଭୟ ରାଜ୍ୟର କମିଶନର ମଧ୍ୟ ଆଲୋଚନା କରିଛନ୍ତି |