ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି| ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ଥିବା ବେଳେ ଆଜି ଏହି ସଂଖ୍ୟା କମିଥିବା ଦେଖାଯାଇଛି| ଆଜି ଭୁବନେଶ୍ୱରରୁ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହା ସହ ଆଜି ଭୁବନେଶ୍ୱରରୁ ୧୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

୧୬୨ ମଧ୍ୟରୁ ସଂଗରୋଧରୁ ୪୫ ଓ ସ୍ଥାନୀୟ ଅଞ୍ଚଳରୁ ୧୧୭ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୨୪୦ରେ ପହଞ୍ଛିଛି । ଏଥିରୁ ୧୦୪୮୬୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୦୯ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୩୩୪୧ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |

ସମ୍ବନ୍ଧିତ ଖବର