ଭୁବନେଶ୍ବର ଲୋକସଭା ଆସନରେ ଫୁଟିପାରେ ପଦ୍ମ; ବିଧାନସଭା ଆସନରୁ ୪ଟିରେ ବିଜେଡିର ବିଜୟ ସମ୍ଭାବନା ଓ ୨ଟିରେ କଡା ଟକ୍କର

ଭୁବନେଶ୍ବର: ବିଜେପିର ‘ରାଜଧାନୀ’? ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେଡିର ଗଡ ଭୁବନେଶ୍ୱର ଲୋକସଭା ଆସନରେ ଏଣ୍ଟ୍ରି ମାରିବାକୁ ଯାଉଛି ବିଜେପି । ଦୀର୍ଘ ୨୧ ଧରି ଶଙ୍ଖ ଧ୍ୱନି ଶୁଭୁଥିବା ରାଜଧାନୀରେ ଚଳିତଥର ପଦ୍ମ ଫୁଟିପାରେ । ଦୁଇ ପ୍ରଶାସକଙ୍କ ଲଢେଇରେ ଅପରାଜିତା ଫ୍ରଣ୍ଟଫୁଟରେ ରହିଥିବା ବେଳେ ଅରୂପ ବ୍ୟାକଫୁଟକୁ ଠେଲି ହୋଇଯାଇଥିବା ଏକଜିଟ୍ ପୋଲ୍ ରିପୋର୍ଟରେ ସାମ୍ନାକୁ ଆସିଛି । ବୁଥ ବାହୁଡା ମତ ଅନୁଯାୟୀ, ବିଜେଡିକୁ ବଡ ଝଟକା ଦେଇଛନ୍ତି ରାଜଧାନୀବାସୀ । ତେବେ ଲୋକସଭା ଆସନରେ ବଡ ବିଜୟ ହାସଲ କରିବାକୁ ଯାଉଥିବା ବିଜେପି ଏହା ଅଧୀନରେ ଆସୁଥିବା ବିଧାନସଭା ଆସନରେ ଚିତପଟାଙ୍ଗ ମାରିପାରେ । ଭୁବନେଶ୍ୱର ଲୋକସଭା ଅଧୀନରେ ଥିବା ୭ ବିଧାନସଭା ଆସନରୁ ୪ଟିରେ ବିଜେଡିର ବିଜୟ ସମ୍ଭାବନା ରହିଥିବା ବେଳେ ଦୁଇଟି ଆସନରେ କଡା ଟକ୍କର ଦେଇପାରେ । ଅନ୍ୟପଟେ ଗୋଟିଏ ଆସନରେ କଂଗ୍ରେସ ଖାତା ଖୋଲିପାରେ ।

ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଆସନରେ ବିଜେଡିର ବିଜୟ ସମ୍ଭାବନା ରହିଛି । ୨୦୧୪ ଓ ୨୦୦୯ରେ ଏହି ଆସନରେ ଯେଉଁ ଫଳାଫଳ ରହିଥିଲା ତାହାର ପୁନରାବୃତ୍ତି ଘଟିବ ବୋଲି ସମ୍ବାଦ-କନକ ନୁ୍ୟଜ୍ ଏକଜିଟ୍ ପୋଲ୍ କହୁଛି । ତେବେ ଜଟଣୀରେ ବିଜେଡିକୁ ଝଟକା ଲାଗିପାରେ । ଏହି ଆସନରେ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ କମବ୍ୟାକ୍ କରିପାରନ୍ତି କଂଗ୍ରେସର ପୁରୁଣା ସିପାହୀ ସୁର ରାଉତରାୟ ।

ସେହିଭଳି ବେଗୁନିଆ ଓ ଖୋର୍ଦ୍ଧାରେ ତିନି ଦଳ ମଧ୍ୟରେ କ୍ଲୋଜ୍ ଫାଇଟ ଦେଖିବାକୁ ମିଳିପାରେ । ୨୦୧୪ରେ ଏହି ଦୁଇ ଆସନ ବିଜେଡି ଦଖଲରେ ରହିଥିବା ବେଳେ ୨୦୧୯ରେ କାହା ହାତକୁ ଏହି ଦୁଇ ଆସନ ଯିବ ତାହା ଏକଜିଟ୍ ପୋଲରେ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର