ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) କେନ୍ଦ୍ର ସରକାରଙ୍କୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀକ ଶୃଙ୍ଖଳା ଖେଳିବା ସମ୍ପର୍କରେ ନିଜର ସ୍ଥିତି ଔପଚାରିକ ଭାବେ ସ୍ପଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହି ୨ଟି ପଡ଼ୋଶୀ ଦେଶ ମଧ୍ୟରେ ରାଜନୈତିକ ଉତ୍ତେଜନା କାରଣରୁ ୨୦୧୨ ପରେ ଦ୍ୱିପାକ୍ଷୀକ ଶୃଙ୍ଖଳା ଖେଳା ଯାଇ ନାହିଁ।
ବିସିସିଆଇକୁ ଆଇସିସି ବିବାଦ ନିବାରଣ ମଞ୍ଚରେ ପିସିବିର ୭ କୋଟି ଡଲାର ସହାୟତ ଦାବି ବରୋଧରେ ନିଜର ପକ୍ଷ ରଖିବାର ଅଛି। ପିସିବି ୨୦୧୪ରେ ଉଭୟ ବୋର୍ଡ ମଧ୍ୟରେ ହୋଇଥିବା ବୁଝାମଣା ସମ୍ମାନ ନ କରିବାରୁ ଏହି ଦାବି କରାଯାଇଛି। ବିସିସିଆଇ ନିକଟରେ ମନ୍ତ୍ରାଳୟକୁ ଲେଖିଥିଲା, ଯଦି ଆପଣ ଭାରତୀୟ କ୍ରିକେଟ ଟିମ୍ ପାକିସ୍ତାନ କ୍ରିକେଟ ଟିମ ସହିତ ସ୍ୱଦେଶ ଓ ବିଦେଶ ଗସ୍ତରେ ଖେଳିବାକୁ ଭାରତ ସରକାର ପୂର୍ବରୁ ମଞ୍ଜୁରୀ ନେବା ଆବଶ୍ୟକତାକୁ ନୀତି-ସ୍ଥିତି ଔପଚାରିକ ଭାବେ ସ୍ପଷ୍ଟ କଲେ ବିସିସିଆଇ ଖୁସି ହେବ।
/sambad/media/post_attachments/wp-content/uploads/2018/05/ind-300x168.jpeg)
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏହା ବିସିସିଆଇ ପକ୍ଷରୁ ନିୟମିତ ଚିଠି ବ୍ୟବହାର ଅଟେ। ଦ୍ୱିପାକ୍ଷୀକ ଶୃଙ୍ଖଳାକୁ ନେଇ ସରକାରଙ୍କ ଠାରୁ ଅନୁମତି ନେବା ଆମର କର୍ତ୍ତବ୍ୟ। ଆମର କାମ ପଚାରିବା ଓ ଏହା ସରକାରଙ୍କ ଉପରେ ନିର୍ଭର କରୁଛି। ଆମେ ଜାଣିଛୁ ଯେ, ବର୍ତ୍ତମାନ ପରିସ୍ଥିତିରେ ଦ୍ୱିପାକ୍ଷୀକ ଶୃଙ୍ଖଳା ଖେଳିବା ସହଜ ନୁହେଁ କିନ୍ତୁ ଯଦି ଆମକୁ ସରକାରଙ୍କ ଠାରୁ ଉତ୍ତର ମିଲିଯାଏ, ତା’ହେଲେ ଆମକୁ ସାହାଯ୍ୟ ମିଳିଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/bcci_logo750_1527512350_618x347.jpeg)