ଋଷଭ ପନ୍ତଙ୍କ ଭଳି ଯୁବ ଖେଳାଳିଙ୍କ ଠାରେ ଥିବା ପ୍ରତିଭା ଖୋଜିବାକୁ ଚାହୁଁଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ: ପ୍ରସାଦ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ରବିବାର କହିଛନ୍ତି, ଟିମ୍‌ ପରିଚାଳନା ଋଷଭ ପନ୍ତଙ୍କ ଭଳି ଯୁବ ଖେଳାଳିଙ୍କ ଠାରେ ଥିବା ପ୍ରତିଭା ଖୋଜିବାକୁ ଚାହୁଁଛି। ଅଖିଳ ଭାରତୀୟ ରାଷ୍ଟ୍ରୀୟ ଚୟନ କମିଟି ୱେଷ୍ଟଇଣ୍ଡିଜ ପାଇଁ ଆଜି ଏଠାରେ ଭାରତୀୟ ଟିମ୍‌ ଘୋଷଣା କରିଛି। ଅଭିଜ୍ଞ ସମ୍ପନ୍ନ ମହେନ୍ଦ୍ର ସିଂହ ଧୋନି ପୂର୍ବରୁ ହିଁ କହିଥିଲେ ଯେ, ସେ ୨ ମାସ ପାଇଁ କ୍ରିକେଟରୁ ଦୂରରେ ରହିବେ।

ପ୍ରସାଦ କହିଛନ୍ତି, ଧୋନି ଏହି ଗସ୍ତ ପାଇଁ ଉପଲବ୍ଧ ହେବେ ନାହିଁ। ଆମେ ବିଶ୍ୱକପ ଯାଏଁ ଏକ ଯୋଜନା କରିଛୁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେ ପନ୍ତ ଭଳି ଖେଳାଳିଙ୍କ ପ୍ରତିଭା ସାମ୍ନାକୁ ଆଣିବାକୁ ଚେଷ୍ଟା କରୁଛୁ। ପନ୍ତ କିଛି ବି ଭୁଲ କରି ନଥିବାରୁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇଛି।

ଏହି ଶୃଙ୍ଖଳାରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଋଦ୍ଧିମାନ ସାହାଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇଛି। ପ୍ରସାଦ କହିଛନ୍ତି, ତିନିଟି ଫର୍ମାଟରେ ପନ୍ତଙ୍କୁ କାର୍ଯ୍ୟଭାର ସଂପାଦନ କରିବାକୁ ହେବ। ସୂଚନାଯୋଗ୍ୟ ଟିମ୍‌ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ୨ଟି ଟେଷ୍ଟ ମ୍ୟାଚ୍‌, ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର