ନୂଆପଡ଼ା: ଭାଲୁ ଆକ୍ରମଣରେ ଜଣେ ଗୁରୁତର। ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ଜଣକ ନୂଆପଡା ରେଞ୍ଜ କେରମେଲୀ ଗ୍ରାମର ଭୁକ ମାଝୀ।
ଭୁକ ଆଜି ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ସହିତ ଲଢ଼େଇ କରି ନିଜ ଜୀବନ ଅବଶ୍ୟ ବଞ୍ଚାଇବାରେ ସଫଳ ହେଲେ ୫୦ ବର୍ଷୀୟ ଭୁକ ମାଝୀ। ଖବର ପାଇ ତାଙ୍କୁ ଉଦ୍ଧାର କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡ଼ାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି। ଭୁମଙ୍କର ହାତ, ପିଠି ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/GqUJZxYglchM41qKzsvt.jpeg)