କୋଲ୍କାତା: ପଶ୍ଚିମବଙ୍ଗର ଆଇନ୍ ଶୃଙ୍ଖଳା ପରିସ୍ଥିତି ୧୫ ବର୍ଷ ତଳର ବିହାର ପରିସ୍ଥିତି ଭଳି ବୋଲି ପଶ୍ଚିମବଙ୍ଗରେ ନିୟୋଜିତ ସ୍ୱତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକ ଅଜୟ ନାୟକ କହିଛନ୍ତି। ରାଜ୍ୟ ପୁଲିସ ବଳ ଉପରୁ ଲୋକେ ବିଶ୍ୱାସ ହରାଇ ଥିବା କଥା ସେ କହିଛନ୍ତି।
ନିର୍ବାଚନ କମିସନ୍ ମାଲ୍ଦା ଏସ୍ପି ଅର୍ଣ୍ଣବ ଘୋଷଙ୍କୁ ହଟାଇବା ପରେ ଏଭଳି କଟୁ ସମାଲୋଚନା କରାଯାଇଛି। ଘୋଷଙ୍କୁ ମିଶାଇ ୬ ଜଣ ପୁଲିସ ଅଧିକାରୀଙ୍କୁ ନିର୍ବାଚନ ଡିୟୁଟିରୁ ହଟାଇ ଦିଆଗଲାଣି।
ନାୟକ କହିଛନ୍ତି: ପଶ୍ଚିମବଙ୍ଗର ସାମ୍ପ୍ରତିକ ପରିସ୍ଥିତି ୧୦-୧୫ ବର୍ଷ ତଳର ବିହାର ପରିସ୍ଥିତି ସହ ସମାନ। ବିହାରର ଲୋକେ ଓ ଦଳସବୁ ବୁଝିପାରିଲେ ଯେ ଏ ଭଳି ଚାଲୁ ରହିବା ଉଚିତ ନୁହେଁ। ତେଣୁ ପରିବର୍ତ୍ତନ ଆସିଲା।
ବିହାରରୁ ଆସିଥିବା ୧୯୮୪ ବ୍ୟାଚ୍ର ଆଇଏଏସ୍ ନାୟକ ରାଜ୍ୟର ପୂର୍ବତନ ଇଲେକ୍ଟୋରାଲ୍ ଅଫିସର୍ ଥିଲେ। ତାଙ୍କୁ ପଶ୍ଚିମବଙ୍ଗର ଶେଷ ପାଞ୍ଚ ପର୍ଯ୍ୟାୟ ନିର୍ବାଚନର ପର୍ଯ୍ୟବେକ୍ଷଣ ଭାର ଦିଆଯାଇଛି।
ଜଣେ ଅବସର ପ୍ରାପ୍ତ ସରକାରୀ ଅଧିକାରୀ ସେ ପଦବୀରେ ନିଯୁକ୍ତି ପାଇଥିବା ଘଟଣାରେ ଆଚମ୍ବିତ ହୋଇ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ବକ୍ସି ନିର୍ବାଚନ କମିସନ୍ଙ୍କୁ ପତ୍ର ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/west-bengal.jpg)