ସାବଧାନ! କଶ୍ମୀର, କେରଳ କିଂବା ବଙ୍ଗ ହୋଇ ଯାଇପାରେ ଉତ୍ତର ପ୍ରଦେଶ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଭୋଟ୍‌ଦାତାମାନେ ଭୁଲ୍‌ କଲେ ଉତ୍ତର ପ୍ରଦେଶ କଶ୍ମୀର, କେରଳ କିଂବା ବଙ୍ଗ ହୋଇ ଯାଇ ପାରେ ବୋଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିବା ସହ ‘ବିଜେପି’କୁ ଭୋଟ୍‌ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଉତ୍ତର ପ୍ରଦେଶ ‘ବିଜେପି’ ଟୁଇଟର୍‌ରେ ସେୟାର୍‌ କରିଥିବା ଭିଡିଓ ବାର୍ତ୍ତାରେ ଉପରୋକ୍ତ କଥା କହିବା ସହ ଯୋଗୀ ଆଦିତ୍ୟନାଥ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିଜେପି’କୁ ଖଣ୍ଡେ ଭୋଟ୍‌ ଦେବା ଅର୍ଥ ଭୟ-ଶୂନ୍ୟ ଜୀବନ ପାଇଁ ଗ୍ୟାରେଣ୍ଟି ପାଇବା।

Image Courtesy of India Today

୬ ମନିଟ୍ର ଏହି ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଆପଣମାନଙ୍କୁ ମୋ ମନର କଥା କହିବି। ଏଇ ପାଞ୍ଚ ବର୍ଷରେ ଗୁଡ଼ାଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି। ସାବଧାନ! ଆପଣମାନେ ଭୁଲ୍‌ କଲେ, ଏଇ ୫ ବର୍ଷର ପରିଶ୍ରମ ବୃଥା ହେବ। କଶ୍ମୀର, କେରଳ ଏବଂ ବଙ୍ଗ ହେବାକୁ ଉତ୍ତର ପ୍ରଦେଶକୁ ଅଧିକ ସମୟ ଲାଗିବ ନାହିଁ।

ମୋ ୫ ବର୍ଷର ଉଦ୍ୟମ ପାଇଁ ଆପଣମାନଙ୍କ ଭୋଟ୍‌ ଆଶୀର୍ବାଦ ସଦୃଶ। ଆପଣଙ୍କ ଭୋଟ୍‌ ମଧ୍ୟ ଆପଣଙ୍କ ଭୟ-ଶୂନ୍ୟ ଜୀବନ ପାଇଁ ଗ୍ୟାରେଣ୍ଟି ହେବ। ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ନେବାର ସମୟ ଆସିଛି। ଗତ ୫ବର୍ଷରେ ‘ବିଜେପି’ର ଡବଲ୍‌ ଇଞ୍ଜିନ୍‌ ସରକାର ଉତ୍ସର୍ଗ ଏବଂ ପ୍ରତିବଦ୍ଧତାର ସହ ସବୁ କିଛି କରିଛି। ଆପଣମାନେ ସେ ସବୁ କଥା ପ୍ରାଞ୍ଜଳ ଭାବେ ଦେଖିଛନ୍ତି ଓ ଶୁଣିଛନ୍ତି।

ସମ୍ବନ୍ଧିତ ଖବର