ଭଞ୍ଜନଗର: ଗୁରୁବାର ପ୍ରତ୍ୟୁଷରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗା ଘାଟିରେ ଅମ୍ରିତ୍‌ ନାମକ ଗୋଟାଏ ବରଯାତ୍ରୀ ବସ ଓଲଟି ପଡ଼ିବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି।

Advertisment

ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟନାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ୍‌ ଯୋଗେ ଚିକିତ୍ସା ନିମନ୍ତେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଦିନ ବାହାଘର ପାଇଁ ବର ଓ ବରଯାତ୍ରୀଙ୍କୁ ଧରି OD14H 5238 ନମ୍ବରଧାରୀ ବସ୍‌ଟି ଭଞ୍ଜନଗର-ଫୁଲବାଣୀ ରାସ୍ତାରେ ରାଉରକେଲାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ଘାଟିରେ ଥିବା ବୁଲାଣିରେ ଅନଭ୍ୟସ୍ତ ଡ୍ରାଇଭର ଠିକ୍‌ ଭାବରେ ବସ୍‌କୁ କାଟି ନ ପାରିବାରୁ ତାହା ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା। ଦୁର୍ଘଟନାରେ ବର ମଧ୍ୟ ଆହତ ହୋଇଛନ୍ତି।