ଭାରତ ବାୟୋଟେକ ପ୍ରସ୍ତୁତ ନାକରେ ପକାଯାଉଥିବା ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ : ଭାରତର ପ୍ରଥମ ନାଜାଲ କରୋନା ଟିକାର ୨ୟ ଓ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଲାଗି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମତି ଦେଇଛନ୍ତି । ଏହି ଆଡୋନାଭାଇରାଲ ଇଣ୍ଟ୍ରାନାଜାଲ୍ କରୋନା ଟିକାକୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସରକାରଙ୍କ ବାୟୋଟେକନଲୋଜୀ ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକନଲୋଜୀ ଇଣ୍ଡଷ୍ଟ୍ରି ରିସର୍ଚ୍ଚ କାଉନସିଲ ସହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଅନ୍ୟ ଟିକାଗୁଡ଼ିକ ଇଂଜେକ୍ସନ ମଧ୍ୟମରେ ଦିଆଯାଉଥିବାବେଳେ ଏହାକୁ ନାକରେ ସ୍ପ୍ରେ କରାଯ଼ିବ । ଏହି ଟିକାର ପରୀକ୍ଷଣ ସଫଳ ହେଲେ ଦେଶରେ ଟିକାକରଣର ବେଗ ଆହୁରି ବଢିଯ଼ିବ । କାରଣ ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟକ ଲୋକଙ୍କୁ ଏହି ଟିକା ଦିଆଯାଇପାରିବ ।

ସୂଚନାଯୋଗ୍ୟ ଯେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଏବେ ଦେଶରେ ଟିକାକରଣ ପାଇଁ ବ୍ୟବହାର କରାଯାଉଥିବାବେଳେ ଏହି କମ୍ପାନି ଦ୍ବାରା ପ୍ରସ୍ତୁତ ନାଜାଲ ସ୍ପ୍ରେ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି ।

ସମ୍ବନ୍ଧିତ ଖବର