ରାଉରକେଲା: ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ଆସନ୍ତା ଜୁଲାଇ ୨୭ରେ ଗଡ଼ିବ ସ୍ବତନ୍ତ୍ର ଭାରତଗୌରବ ଟ୍ରେନ୍। ୧୨ ଦିନରେ ଦକ୍ଷିଣ ଭାରତର ପ୍ରମୁଖ ତୀର୍ଥସ୍ଥଳ ଯାତ୍ରା କରିବ। ଟ୍ରେନ୍ ୧୧ ରାତି ଓ ୧୨ ଦିନରେ ଦକ୍ଷିଣଭାରତର ପ୍ରମୁଖ ତୀର୍ଥସ୍ଥଳ ତିରୁପତି, ରାମେଶ୍ବରମ୍, ମଦୁରାଇ, କନ୍ୟାକୁମାରୀ ଓ ମଲ୍ଲିକାର୍ଜୁନ ଭ୍ରମଣ କରିବ। ଟ୍ରେନ୍ ୨୭ ଜୁଲାଇରେ ଭାଗଲପୁର ଷ୍ଟେସନ ଛାଡ଼ିବ। ଅଗଷ୍ଟ ୭ରେ ପୁଣି ଭାଗଲପୁର ଷ୍ଟେସନରେ ପହଞ୍ଚିବ।
ଗାଡ଼ି ଜସଡିହି, ମଧୁପୁର, ବାରାକର, ଧାନବାଦ, ବୋକୋରୋ ଷ୍ଟିଲ୍ ସିଟି, ମୁରି, ରାଞ୍ଚି, ରାଉରକେଲା, ଝାରସୁଗୁଡ଼ା, ଚମ୍ପା, ବିଳାସପୁର, ରାୟପୁର ଓ ଦୁର୍ଗ ଷ୍ଟେସନରେ ରହିବ। ଓଡ଼ିଶା, ଛତିଶଗଡ, ଝାଡ଼ଖଣ୍ଡ ଓ ବିହାରର ତୀର୍ଥଯାତ୍ରୀ କେନ୍ଦ୍ର ସରକାରଙ୍କ ଧାର୍ଯ୍ୟମୂଲ୍ୟରେ ଏସବୁ ପ୍ରମୁଖ ତୀର୍ଥସ୍ଥଳ ବୁଲିବାର ସୁଯୋଗ ପାଇପାରିବେ ବୋଲି ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ତୀର୍ଥଯାତ୍ରୀମାନଙ୍କ ପାଇଁ ଟ୍ରେନ୍ରେ ଦୁଇଟିଶ୍ରେଣୀର ବ୍ୟବସ୍ଥା କରାଯାଇଛି। ସ୍ଲିପର୍ କ୍ଲାସ୍ରେ ୭୨୦ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ତୃତୀୟଶ୍ରେଣୀ ଏସ୍ସି କ୍ଲାସରେ ୭୦ଟି ସିଟ୍ ରହିଛି। ସୁଲଭ ପ୍ୟାକେଜ୍ରେ ଯାତ୍ରୀମାନଙ୍କ ପାଇଁ ନିଶ୍ଚିତ ଟ୍ରେନ୍ ଟିକେଟ୍, ସମସ୍ତ ଖାଦ୍ୟ(ଚା, ଜଳଖିଆ, ମଧ୍ୟାହ୍ନଭୋଜନ, ରାତ୍ରିଭୋଜନ), ଡବଲ୍/ଟ୍ରିପଲ୍ ସେୟାରିଂ ଆଧାରରେ ଆରାମଦାୟକ ରହଣିର ବ୍ୟବସ୍ଥା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/30/c1f1430e-dc37-4cc7-b700-ab78a7ecb268-2025-06-30-08-24-46.jpg)