କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ପ୍ରତିଷ୍ଠିତ ମସଲା କଂପାନି ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇର ସ୍ଥିତି,  ଉଦ୍ୟୋଗପତିମାନଙ୍କୁ ମିଳୁଥିବା ସହଯୋଗ, ନୂଆ ଶିଳ୍ପଦ୍ୟୋଗୀମାନଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଭାରତ ମସଲାର ଆର୍ଥିକ କାରବାର ଓ କର୍ମଚାରୀଙ୍କ ସ୍ଥିତି ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ। ଏକ ଛୋଟ ଅନୁଷ୍ଠାନରୁ ବୃହତ୍ ଅନୁଷ୍ଠାନରେ ପରିଣତ ହେବା ସହ ଭାରତ ମସଲା ନୂଆ ଶିଳ୍ପୋଦ୍ୟୋଗୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଭାରତ ମସଲା କଂପାନି ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମୃତିଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।