ଦୁଇ ସଂପାଦକଙ୍କ ଭାଗ୍ୟ ଇଭିଏମ୍‌ରେ କଏଦ୍‌

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନରେ ରାଜ୍ୟର ଦୁଇଟି ପ୍ରମୁଖ ସମ୍ବାଦପତ୍ରର ସଂପାଦକଙ୍କର ଏଥର ଭାଗ୍ୟ ନିର୍ଦ୍ଧାରଣ ହୋଇଯାଇଛି। ଇଭିଏମ୍‌ରେ କଏଦ ହୋଇଛି ସେମାନଙ୍କର ଭାଗ୍ୟ।

ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଛନ୍ତି। ଆଜି ସେଠାରେ ମତଦାନ ହୋଇଛି।

ଅନ୍ୟପକ୍ଷରେ କଟକ ଲୋକସଭା ଆସନରୁ ବିଜୁ ଜନତା ଦଳ ଟିକେଟରେ ଲଗାତାର ୫ଥର ଜିତିଥିବା ଭର୍ତ୍ତୃହରି ମହତାବ ପୁଣି ସେହି ଆସନରୁ ତାଙ୍କର ଭାଗ୍ୟ ପରୀକ୍ଷା କରିଛନ୍ତି।

ଭର୍ତ୍ତୃହରି ମହତାବ ମଧ୍ୟ ରାଜ୍ୟର ଏକ ପୁରୁଣା ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ସଂପାଦକ। ସଂଯୋଗବଶତଃ ଖଣ୍ଡପଡ଼ା ବିଧାନସଭା ଆସନ କଟକ ଲୋକସଭା ନିର୍ବାଚନୀ ମଣ୍ଡଳୀର ଅଂଶ ବିଶେଷ। ଉଭୟ ସମ୍ବାଦପତ୍ରର ସଂପାଦକ ପରସ୍ପର ସପକ୍ଷରେ ପ୍ରଚାର କରିଛନ୍ତି।

ସମ୍ବନ୍ଧିତ ଖବର