ଭୁବନ: ପାପ ସମ୍ପର୍କରେ ପ୍ରଥମ ସ୍ୱାମୀଙ୍କ ସିନ୍ଦୂର ସାକ୍ଷୀ ନ ସାଜୁ | ଜଣଙ୍କ ନାଁରେ ସିନ୍ଦୂର ପିନ୍ଧି ଅନ୍ୟ ସହ ସମ୍ପର୍କକୁ ସମାଜ ଗ୍ରହଣ କରିପାରିନଥାଏ | ଠିକ ସେଥିପାଇଁ ତ ସ୍ୱାମୀ କହିଲେ ସେହି ଗୋଟିଏ କଥା, ଶଙ୍ଖା ଖୋଲିଦିଅ-ସିନ୍ଦୂର ପୋଛିଦିଅ, ଯାହାର ହେବା କଥା ତାହାର ହୋଇଯାଅ | ଢେଙ୍କାନାଳଜିଲ୍ଲା ସୀମାନ୍ତ ଓଡିଶ ପଞ୍ଚାୟତର ବଡ଼କାଠିଆ ଗ୍ରାମଠାରେ ଏଭଳି ଘଟଣା ଦେଖିବାକୁ ମିଳିଛି |

Advertisment

ବାସ୍ତବରେ ବିବାହିତ ଯୁବକ ଓ ମହିଳା ଚୋରା ପୀରତିରେ ଲିପ୍ତ ଥିବାବେଳେ ଧରିଦେଲେ ଗ୍ରାମବାସୀ । ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଦୁଇ ଛୁଆର ମା ହାତରୁ ଶଙ୍ଖା କାଢିଲେ, ମଥାରୁ ସିନ୍ଦୂର  ପୋଛିଲେ, ବାହୁରୁ ବ୍ରତ କାଢି ସ୍ଵାମୀ ହାତକୁ ଦେଲେ |

ତତ୍ ପରେ ତାଙ୍କ ପ୍ରେମିକ ଯୁବକ ମହିଳାଙ୍କୁ ପିନ୍ଧେଇଲେ ଶଙ୍ଖା ସିନ୍ଦୂର । ସୂଚନା ମୁତାବକ - ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଓଡିଶ ପଞ୍ଚାୟତର ବଡ଼କାଠିଆ ଗ୍ରାମଠାରେ ଏକ ବିବାହିତ ମହିଳାଙ୍କ ଘରକୁ ରାତି ଅଧରେ ଆସିଥିଲେ କଙ୍କଡ଼ାହାଡ଼ ବ୍ଲକ କୋରିଆପାଳ ଗ୍ରାମର ଅନ୍ୟ ଜଣେ ବିବାହିତ ଯୁବକ। 

ଗ୍ରାମବାସୀ ଦୁହିଁଙ୍କୁ ଧରିଦେଇଥିଲେ । ମହିଳାଙ୍କ  ସ୍ଵାମୀ ଯେଉଁ  କଂପାନୀରେ ଡ୍ରାଇଭର୍ କାମ କରନ୍ତି ସେହି କମ୍ପାନୀରେ ଯୁବକ ସିକ୍ୟୁରିଟି  ଗାର୍ଡ ଚାକିରି କରନ୍ତି। ଆଉ ଦୁଇଜଣଙ୍କୁ ଅସଂଯତ ଅବସ୍ଥାରେ ଧରିବା ପରେ ଗ୍ରାମର ମୁରବିମାନେ ସ୍ଥିର କରିଥିଲେ ଯେ ଉଭୟଙ୍କର ବାହାଘର ହିଁ ହୋଇଯାଉ | ନିଷ୍ପତ୍ତି ମୁତାବକ ନିଜ ହାତରୁ ଶଙ୍ଖା କାଢି, ସିନ୍ଦୂର ପୋଛି ମହିଳା ଜଣକ ତାଙ୍କ ପ୍ରେମିକଙ୍କ ନାମରେ ଏବେ ସିନ୍ଦୂର ପିନ୍ଧିଛନ୍ତି |