ମୁମ୍ବାଇ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଜି ହେଉଛି ବିଗ୍ ବସ୍ ୧୮ର ଗ୍ରାଣ୍ଡ୍ ଫାଇନାଲ୍ । 'ବିଗ୍ ବସ୍ ୧୮'କୁ ମିଳିବ ନୂଆ ବିଜେତା । ଶୋ' କୁ ବର୍ତ୍ତମାନ ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀ ମିଳିସାରିଲେଣି । ଭିଭିଅନ୍ ଡିସେନା, କରଣଭୀର ମେହେରା, ରଜତ ଦଲାଲ, ଅବିନାଶ ମିଶ୍ର, ଚୁମ୍ ଦାରାଙ୍ଗ ଏବଂ ଇଶା ସିଂଙ୍କ ମଧ୍ୟରେ ଏବେ ପ୍ରତିଦ୍ଵନ୍ଦିତା ଚାଲିଛି । ଏହି ୬ଜଣଙ୍କ ମଧ୍ୟରୁ କିଏ ମାରିବ ବାଜି? ତାହା ଉପରେ ରହିଛି ସମସ୍ତଙ୍କ ନଜର । 

Advertisment

୬ ଅକ୍ଟୋବର ୨୦୨୪ରେ ଆରମ୍ଭ ହୋଇଥିବା ବିଗ୍ ବସ୍ ୧୮ର ଗ୍ରାଣ୍ଡ୍ ଫାଇନାଲ୍ ବର୍ତ୍ତମାନ ଏହା ଶେଷ ମୁହୂର୍ତ୍ତରେ ପହଞ୍ଚିଛି । ଜାନୁଆରୀ ୧୯ର ରାତିରେ, ବିଗ୍ ବସ୍ ୧୮ର ବିଜେତା କିଏ ହେବ ତାହା ସ୍ଥିର ହେବ । ଏହି ସିଜିନ ଜଣ ୧୮ ପ୍ରତିଯୋଗୀଙ୍କ ସହିତ ଆରମ୍ଭ ହୋଇଥିଲା, ମାତ୍ର ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ବିଗ୍ ବସ୍ ୧୮ର ଗ୍ରାଣ୍ଡ ଫାଇନାଲ୍ ଏପିସୋଡର ସୁଟିଂ ଆରମ୍ଭ ହୋଇଛି । ଗ୍ରାଣ୍ଡ୍ ଫାଇନାଲ୍ ଏପିସୋଡ୍ ରାତି ୯.୩୦ରେ ଆରମ୍ଭ ହେବ, ଯାହାକୁ ଆପଣ ଜିଓ ସିନେମା ଏବଂ କଲର୍ସ ଟିଭିରେ ଦେଖିପାରିବେ । ଏବେ 'ବିଗ୍ ବସ୍ ୧୮'ର ଭୋଟିଂ ଲାଇନ ଖୋଲା ଅଛି । ପ୍ରତିଯୋଗୀଙ୍କୁ ଭୋଟ୍ ଦେବାକୁ ହେଲେ ଅନଲାଇନ୍ ଭୋଟିଂ ଏବଂ ଏସଏମଏସ ଭୋଟିଂ ସହ ଏକାଧିକ ଭୋଟିଂ ପ୍ଲାଟଫର୍ମ ମାଧ୍ୟମରେ ଭୋଟ ଦେଇହେବ ।

ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ବିଗ୍ ବସ୍ ୧୮ର ପ୍ରୋମୋ ସେୟାର କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଫାଇନାଲରେ ଚୁମ୍ ଦାରାଙ୍ଗ ଏବଂ କରଣଭୀର ମେହେରଙ୍କ ଯୋଡ଼ି ସହ ଇଶା ଏବଂ ଅବିନାଶଙ୍କ ଯୋଡ଼ି ଏକାଠି ନାଚ କରୁଥିବା ଦେଖିବାକୁ ମିଳିବ । ରଜତ ଦଲାଲ ଏବଂ ଚାହତ ପାଣ୍ଡେଙ୍କ ମଧ୍ୟରେ ବନ୍ଧୁତା ଟିକିଏ ଅଲଗା ଦେଖାଯାଉଥିଲା । କିନ୍ତୁ ଫାଇନାଲ୍ ଏପିସୋଡରେ ଉଭୟ ଏକାଠି ନାଚୁଥିବା ନଜର ଆସିବେ ।