ବିହାର ଜନାଦେଶ : ଜିତିଲେ ଜ୍ୱାଇଁ, ହାରିଲେ ଶଶୁର

ପାଟନା : ବିହାର ନିର୍ବାଚନର ଗଣତି ଆରମ୍ଭ ହେବାର ଇତି ମଧ୍ୟରେ ୯ ଘଣ୍ଟା ବିତିଯାଇଥିଲେ ମଧ୍ୟ ମହାମେଣ୍ଟ ତୁଳନାରେ ଏନଡିଏ ମେଣ୍ଟ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିପାରିଛି । ଭାରତୀୟ ନିର୍ବାଚନ ଆୟୋଗ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁସାରେ ଏନଡିଏ ଏବେ ୧୨୯ଟି ଆସନରେ ଓ ମହାମେଣ୍ଟ ୧୦୫ଟି ଆସନରେ ଆଗୁଆ ଚାଲିଛନ୍ତି ।

ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ବଡ଼ଭାଇ ତେଜପ୍ରତାପ ହାସନପୁର ଆସନରୁ ବିଜୟ ହାସଲ କରିଛନ୍ତି । ସେହିପରି ମୋକମା ଆସନରୁ ଆରଜେଡିର ଅନନ୍ତ କୁମାର ସିଂ ବିଜୟ ଲାଭ କରିଛନ୍ତି ।

ମାତ୍ର ତାଙ୍କର ଶଶୁର ତଥା ଜେଡିୟୁ ନେତା ଚନ୍ଦ୍ରିକା ରାୟ ନିର୍ବାଚନରେ ହାରିଯାଇଛନ୍ତି । ପୂର୍ବରୁ ୬ ଥର ବିଧାୟକ ଥିବା ଶ୍ରୀ ରାୟ ସାରନ ଜିଲ୍ଲାର ପାର୍ସାରୁ ନିର୍ବାଚନ ହାରିଯାଇଛନ୍ତି ।

ଶ୍ରୀ ରାୟ ଓ ଲାଲୁଙ୍କ ମଧ୍ୟରେ ପୁରୁଣା ବନ୍ଧୁତା ଥିଲା । ତେଜପ୍ରତାପଙ୍କ ସହ ଚନ୍ଦ୍ରିକାଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କ ବିବାହପରେ ଏହି ବନ୍ଧୁତା ପାରିବାରିକ ସମ୍ପର୍କରେ ପରିଣତ ହୋଇଥିଲା । କିନ୍ତୁ ତେଜପ୍ରତାପ ଓ ଐଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟିହେବା ପରେ ଏହି ପାରିବାରିକ ସମ୍ପର୍କ ଖରାପ ହୋଇଥିଲା ।

ସମ୍ବନ୍ଧିତ ଖବର