ବିହାର: ପାଇଲଟ ବନିବାର ସ୍ୱପ୍ନ ପୂରା କରି ପାରିଲେ ନାହିଁ ଏହି ବ୍ୟକ୍ତି, ଟାଟା ନାନୋକୁ ବନାଇ ଦେଲେ ହେଲିକପ୍ଟର

ଛପରା: ବିହାରର ଛପରା ଜିଲ୍ଲାରେ ବସବାସ କରୁଥିବା ଜଣେ ବ୍ୟକ୍ତି ଟାଟା ନାନୋ କାରକୁ ହେଲିକପ୍ଟର ଭଳି ପ୍ରସ୍ତୁତ କରିଛନ୍ତି। ମିଥଲେସ୍‌ ପ୍ରସାଦ ଟାଟା ନାନୋ କାରକୁ ଏପରି ଭାବେ ନିର୍ମିତ କରିଛି ଯାହାର ଭିତର ଓ ବାହାର ପାର୍ଶ୍ୱ ଅବିକଳ ହେଲିକପ୍ଟର ଭଳି ଦେଖାଯାଉଛି। କିନ୍ତୁ ଏହା ଅନ୍ୟ ହେଲିକପ୍ଟରମାନଙ୍କ ଭଳି ଆକାଶରେ ଉଡି ପାରିବ ନାହିଁ।

ପ୍ରକାଶିତ ରିପୋର୍ଟ ମୁତାବକ, ମିଥଲେସ୍‌ ପାଇଲଟ ବନିବାକୁ ଚାହୁଁଥିଲେ। କିନ୍ତୁ ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ହେତୁ ନିଜର ଏହି ଇଚ୍ଛାକୁ ସେ ପୂରଣ କରି ପାରି ନଥିଲେ। ତେଣୁ ନିକଟରେ ମିଥଲେସ୍‌ ନିଜର ସ୍ୱପ୍ନକୁ ଏକ ଭିନ୍ନ ଉପାୟରେ ସଫଳ କରି ଦେଖାଇଛନ୍ତି।

 

 

View this post on Instagram

 

If you don’t know how to fly a helicopter, just make your car look like one! ?? (@ruptly)

A post shared by UNILAD Tech (@uniladtech) on

ମିଥଲେସ ଟାଟା ନାନୋ କାରକୁ ହେଲିକପ୍ଟର ଲୁକ୍‌ ଦେବା ପାଇଁ କାର ଉପରେ ହେଲିକପ୍ଟର ଭଳି ପଙ୍ଖା ଖଞ୍ଜିବା ସହିତ କାର ସାମ୍ନା ଓ ପଛପାର୍ଶ୍ୱକୁ ହେଲିକପ୍ଟର ଭଳି ସଜାଇଛନ୍ତି। ଏଥିସହିତ କାର ଭିତରେ ବି ସେ ହେଲିକପ୍ଟର ଭଳି ବଟନ୍‌ ଲଗାଇଛନ୍ତି। ମିଥଲେସ୍‌ଙ୍କ ହେଲିକପ୍ଟର ଲୁକ୍‌ ଥିବା ଏହି କାରକୁ ଲୋକମାନେ ବେଶ୍‌ ପସନ୍ଦ କରିବା ସହିତ ଚର୍ଚ୍ଚାର ପରିସରରେ ରହିଛି। ଏହାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର