ଭୁବନେଶ୍ବର: ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ଗଣଶିକ୍ଷା ବିଭାଗର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ମାଧ୍ୟମିକ ଶିକ୍ଷା ପରିଷଦ ପରି ରାଜ୍ୟର ନାମକରା ସଂସ୍ଥା ଓଟିଇଟି ପରୀକ୍ଷା ପରିଚାଳନା କରୁଥିଲେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ତାହା ପୁଣି ପରିଷଦ ଉପସଭାପତିଙ୍କ ଲାପ୍ଟପ୍ରୁ। ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଟିଇଟି ପ୍ରଶ୍ନପତ୍ର ଲିକ ପରେ ବୋର୍ଡ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ | ସେ କହିଛନ୍ତି ଯେ ହାତଲେଖା ପ୍ରଶ୍ନପତ୍ର ଲାପଟପରୁ ବାହାରିଲା ବୋଲି କୁହାଯାଉଛି | ପ୍ରଶ୍ନ ଉଠୁଛି ବୋର୍ଡ ଉପସଭାପତି ଲାପଟପରେ ଏଭଳି ପ୍ରଶ୍ନପତ୍ର ରହେ କି?
ଲିକ କରିଥିବା ବ୍ୟକ୍ତିଙ୍କୁ ପାସୱାର୍ଡ ଦେଲା କିଏ? ପୂର୍ବରୁ ବୋର୍ଡ ଉପସଭାପତିଙ୍କୁ ଅପସାରଣ କରିବା ପାଇଁ ବହୁ ବାର ରିଟାର୍ଡ ଅଫିସର ଆସୋସିଏସନ ଅଭିଯୋଗ କରିଛି | ତା ପରେ ବି ସରକାର ଜଣେ ବ୍ୟକ୍ତିକୁ କାହିଁକି ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ ?
ଚାରୁ ମାଇଣ୍ଡ ୱାର୍କସ ନାମକ ଏକ ରାଜସ୍ଥାନର ଘରୋଇ ସଂସ୍ଥା ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିଲା | ଏହି ସଂସ୍ଥା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି | ଏ ଦିଗ ରେ ସରକାର ନିରପେକ୍ଷ ତଦନ୍ତ କରନ୍ତୁ | ବୋର୍ଡ ଉପସଭାପତିଙ୍କ ସମ୍ପୃକ୍ତି ନେଇ ତଦନ୍ତ ହେଉ | ତାଙ୍କୁ ସେ ପଦରୁ ଅପସାରଣ କରାଯାଉ | ଏହା ସହ କ୍ରାଇମବ୍ରାଞ୍ଚ ଓ ପ୍ରଶାସନିକ ତଦନ୍ତ ପାଇଁ ଦାବି କରିଛନ୍ତି ବିଜୟ ପଟ୍ଟନାୟକ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/08/01/new-project-3-2025-08-01-14-11-44.jpg)