ବାଙ୍କୀ(ମାନସ ରଞ୍ଜନ ସାହୁ): ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଟି ସେତୁ ଠାରେ ପୁଲିସ ଚଢାଉ କରି ୧୫୦ ଲିଟର ଦେଶୀ ମଦ ସହ ୨ଟି ବାଇକ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ବାଙ୍କୀ ସରଣ୍ଡା ଫାଣ୍ଡି ଅନ୍ତର୍ଗତ ମାଳବିହାରପୁର ଗ୍ରାମର ପ୍ରଭାକର ସାହୁ ଓ ତପନ ନାୟକଙ୍କୁ ଗିରଫ କରିଛି ପୁଲିସ ।
ଗିରଫ ଦୁଇ ଜଣଙ୍କୁ ସୋମବାର ଦିନ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଥିବା ବୈଦ୍ୟେଶ୍ୱର ଥାନା ଆଇ ଆଇ ସି ସଞ୍ଜୟ କୁମାର ଜେନା ସୂଚନା ଦେଇଛନ୍ତି । ଯୁବକ ଦୁଇଜଣ ବାଇକ ଏବଂ ସ୍କୁଟି ଯୋଗେ ୧୦ ବ୍ଲାଡ଼ର ଦେଶୀ ମଦ ଧରି ବଡ଼ମ୍ବା ପଟରୁ ଆସି ବୈଦ୍ୟେଶ୍ୱର ଦେଇ ଖୋର୍ଦ୍ଧା ଜିଲ୍ଲାର ବାଘମାରୀକୁ ଯାଉଥିବା ସମୟରେ ପୁଲିସ ହାତରେ ଧରାପଡିଥିଲେ। ସେମାନେ ଦୀର୍ଘ ବର୍ଷ ଧରି ଚୋରା ରନ୍ଧା ଦେଶୀ ମଦ ବ୍ୟବସାୟ ଚଳାଇ ଆସୁଥିବା ପୁଲିସ ସୂଚନା ଦେଇଛି।