ବିଶ୍ରା: ବିଶ୍ରା ଥାନା ଅଧୀନସ୍ଥ ବାଙ୍ଗୁରକେଲାରୁ ଭିଜାଡିହି ଯାଇଥିବା ନାଳ ନିକଟରେ ଶୁକ୍ରବାର ରାତିରେ ଡକାୟତମାନେ ଜଣେ ରେଳ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ବାଇକ୍ ଓ ମୋବାଇଲ୍ ଲୁଟି ନେଇଛନ୍ତି। ବନ୍ଧମୁଣ୍ଡାରେ କାର୍ଯ୍ୟରତ ରେଳ କର୍ମଚାରୀ ଶିବଚରଣ ଲୋହାର ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭିଜାଡିହି ନାଳ ନିକଟରେ ଦୁଇଜଣ ଡକାୟତ ତାଙ୍କୁ ଅଟକାଇ ଥିଲେ। ଏହା ପରେ ଦୁଇ ଡକାୟତ ଶିବଚରଣଙ୍କ ଜୋତାର ଫିତା ଖୋଲି, ସେହି ଫିତାରେ ତାଙ୍କ ହାତଗୋଡ଼କୁ ବାନ୍ଧି ଦେଇଥିଲେ।
ବିଶ୍ରା ଥାନା ଅଧୀନସ୍ଥ ବାଙ୍ଗୁରକେଲାରୁ ଭିଜାଡିହି ଯାଇଥିବା ନାଳ ନିକଟରେ ଶୁକ୍ରବାର ରାତିରେ ଡକାୟତମାନେ ଜଣେ ରେଳ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ତାଙ୍କ ବାଇକ୍ ଓ ମୋବାଇଲ୍ ଲୁଟି ନେଇଛନ୍ତି। ବନ୍ଧମୁଣ୍ଡାରେ କାର୍ଯ୍ୟରତ ରେଳ କର୍ମଚାରୀ ଶିବଚରଣ ଲୋହାର ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଭିଜାଡିହି ନାଳ ନିକଟରେ ଦୁଇଜଣ ଡକାୟତ ତାଙ୍କୁ ଅଟକାଇ ଥିଲେ। ଏହା ପରେ ଦୁଇ ଡକାୟତ ଶିବଚରଣଙ୍କ ଜୋତାର ଫିତା ଖୋଲି, ସେହି ଫିତାରେ ତାଙ୍କ ହାତଗୋଡ଼କୁ ବାନ୍ଧି ଦେଇଥିଲେ।
ଏହାପରେ ଲୁଟେରାମାନେ ଶିବଚରଣଙ୍କ ବାଇକ୍ ଓ ମୋବାଇଲ୍ ନେଇ ସେଠାରୁ ପଳାଇ ଯାଇଥିଲେ। ପରେ ଶିବଚରଣ ବିଶ୍ରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/post_attachments/wp-content/uploads/2020/06/bisra-ps-odisha-police.jpg)