ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ଵାରଶୁଣୀ ଘାଟିରେ ମଙ୍ଗଳବାର ସକାଳୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ କଣ୍ଟେନର୍ ଚଢ଼ିଯିବାରୁ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କୃଷ୍ଣ ଚନ୍ଦ୍ରଗିରି (୪୮)।
/sambad/media/post_attachments/wp-content/uploads/2021/09/ae7fbb87-15ac-4b6c-8982-52a9eb68f07d-1024x512.jpg)
ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବିଶୋଇ ଅଂଚଳର କୃଷ୍ଣଚନ୍ଦ୍ର ବାଇକ (ଓଡି୧୧ବି-୪୨୩୪) ଯୋଗେ ଦ୍ଵାରଶୁଣୀ ଘାଟିରୁ ତଳକୁ ଓହ୍ଲାଇବା ସମୟରେ ଏକ କଣ୍ଟେନର୍ (ଏଚ୍ଆର୫୫ଏସି-୧୮୨୫) ତାଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବାଇକ କୃଷ୍ଣଚନ୍ଦ୍ରଙ୍କ ଡାହାଣ ଗୋଡ ଓ ହାତ ଭାଙ୍ଗି ଯିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ବାଇକ ଆରୋହୀଙ୍କୁ ଏନ୍ଏଚ୍ଆଇ ଆମ୍ବୁଲାନ୍ସ ଷ୍ଟାଫ ସହିତ ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/7a15836b-8f17-4bf4-ac8e-8d799765d661.jpg)