ମୋଦୀଙ୍କୁ ପୁରସ୍କାର ଦେବା ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଆର୍ଥିକ ସହାୟତା ଦେଲେ ବିଲ୍ ଗେଟସ୍

ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ  ମାଇକ୍ରୋସଫ୍‌ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ‘ଗ୍ଲୋବାଲ ଗୋଲ୍‌କିପର୍‌ ଆୱାର୍ଡ’  ପ୍ରଦାନ କରିବାର ଦିନକ ପରେ  ବିଲ୍‌ ଏବଂ ମିଲିନ୍ଦା ଗେଟ୍‌ସ ଫାଉଣ୍ଡେସନ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଛି। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ବିଲ୍ ଆଣ୍ଡ୍ ମିଲିନ୍ଦା ଗେଟସ୍ ଫାଉଣ୍ଡେସନ୍ ତରଫରୁ ୨୦୦ ମିଲିୟନ୍ ଡଲାର ସାହାୟତା କରାଯିବ । ଗୁରୁବାର ବିଲ୍ ଗେଟସଙ୍କ ସହ ଇମରାନ୍ ଖାନ୍ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି । ଏହି ଏମଓୟୁ  ଅନୁସାରେ ଏହି ଅର୍ଥରେ ପାକିସ୍ତାନରେ ଚାଲୁଥିବା ଜନମଙ୍ଗଳ  କାର୍ଯ୍ୟକ୍ରମ ‘ଏହସାସ୍’ ରେ ଖର୍ଚ୍ଚ କରାଯିବ । ଏହି ଅର୍ଥ ୨୦୨୦ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ ବୋଲି ସୂଚନା ରହିଛି। 

ଦେଶକୁ ଚଲାଇବା ପାଇଁ ପାକ୍ ଲଗାତାର କରଜ ନେଉଛି । ମାର୍ଚ୍ଚ ଶେଷ ସୁଦ୍ଧା ପାକ୍ ୮୫ ବିଲିୟନ୍ ଡଲାର୍ ଅର୍ଥାତ୍ ୬ ଲକ୍ଷ କୋଟି ଟଙ୍କାର କରଜ ନେଇଛି । ପଶ୍ଚିମ ୟୁରୋପ ଏବଂ ମଧ୍ୟ ପୂର୍ବ ଦେଶମାନଙ୍କରୁ ପାକିସ୍ତାନ ଏହି ଋଣ ନେଇଛି । ଚୀନ ସହାୟତାରେ ପାକିସ୍ତାନ ଏହି ଦେଶମାନଙ୍କରୁ କରଜ ନେଇଛି । ଏହାଛଡା ପାକ୍ ଅନ୍ତଃରାଷ୍ଟ୍ରୀୟ ସଂଗଠନ ଠାରୁ ମଧ୍ୟ ଋଣ ନେଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର