ବିନିକା: ରାସ୍ତାପାଇଁ ରାସ୍ତାରୋକI ମରଣଯନ୍ତା ରାସ୍ତାପାଇଁ ଆଜି ବିନିକା ବନ୍ଦ I ବିନିକା କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ I ବର୍ଷ ବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଥିବାରୁ ବିନିକା ସଵସାଧାରଣ ତରଫରୁ ସକାଳ ୬ଘଣ୍ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିନିକାକୁ ବନ୍ଦ ଡାକରା ଦିଆଯାଇଛି I

Advertisment

ମରଣଯନ୍ତା ରାସ୍ତାପାଇଁ ନିତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହିତ ଖାଲଢିପ ଓ ଧୂଳିମୟ ରାସ୍ତାରେ ଯାତାୟତ କରି ଲୋକେ ନାହି:ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଯେଉଁଥିପାଇ ଆଜି ବିନିକାକୁ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିନିକା ସଚେତନ ନାଗରିକ ମଞ୍ଚ I ତେବେ ଏଇ ବନ୍ଦ ପାଳନରେ କେବଳ ଜରୁରୀ ସେବାକୁ ବାଦଦେଇ ସହରର ସମସ୍ତ ଦୋକାନ ବଜାର,ସ୍କୁଲ, କଲେଜ,ବ୍ୟାଙ୍କ, ସରକାରୀ ବେସରକାରୀ ଅନୁଷ୍ଠାନ,ଗାଡ଼ି ଚଳାଚଳ ଆଦି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି I