ରାଉରକେଲା : ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଗତକାଲି ଠାରୁ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ l ଆଜି ଆଣ୍ଟିଜେନ ଟେଷ୍ଟ କରିବାରୁ ତାଙ୍କର କରୋନା ପଜିଟିଭ ଥିବା ଜଣାପଡିଛି l ବିଧାୟକ ଏବେ ସୁସ୍ଥ ଥିବା ଜଣାପଡିଛି l ଡାକ୍ତର ତାଙ୍କୁ ସତର ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି l ବିଧାୟକ ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଣ୍ଟିଜେନ ଟେଷ୍ଟ କରି ନେବାକୁ ଅନୁରୋଧ କରିଛନ୍ତି l