ରାଉରକେଲା: ରାଉରକେଲା ବନଖଣ୍ଡ ଅଧୀନରେ ଚାଲିଥିବା ପକ୍ଷୀଗଣନା ଶେଷ ହୋଇଛି। କୁଆରମୁଣ୍ଡା, ପାନପୋଷ, ବିଶ୍ରା, ବୀରମିତ୍ରପୁର, ବାଙ୍କି ଓ ରାଜଗାଙ୍ଗପୁର ଅଧୀନସ୍ଥ ଜଳାଶୟ, ଡ୍ୟାମ୍ ଓ ନଦୀରେ ପ୍ରତିବର୍ଷ ପର ଚଳିତଥର ପକ୍ଷୀ ଗଣନା କରାଯାଇଥିଲା। ପକ୍ଷୀଗଣନାରେ ମୋଟ ମୋଟ ୭୧ରୁ ଅଧିକ ବନକର୍ମଚାରୀ ନିୟୋଜିତ ହୋଇଥିଲେ। ବଡ଼ିଭୋରରୁ ବନକର୍ମଚାରୀମାନେ ବିଭିନ୍ନ ନଦୀ, ଜଳାଶୟ ଓ ଡ୍ୟାମଗୁଡ଼ିକୁ ଯାଇ ପକ୍ଷୀଗଣନା କରିଥିଲେ। ରାଉରକେଲା ବନଖଣ୍ଡରେ ୩୧ ପ୍ରଜାତିର ମୋଟ ୧୩ ହଜାର ୧୭ ପକ୍ଷୀ ଆସିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ବିଦେଶୀ ପକ୍ଷୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଶପୁର ପୋଖରୀକୁ ୭ ପ୍ରଜାତିର ୫୬୩ ପକ୍ଷୀ ଆସିଛନ୍ତି। ଦୁବଲାବେଡ଼ା-ମନ୍ଦିରା ଜଳାଶୟକୁ ୫ ପ୍ରଜାତିର ୪୧୯ ପକ୍ଷୀ ଆସିଛନ୍ତି।
ବାଦୁଲତା-ମନ୍ଦିରା ଜଳାଶୟକୁ ୨ ପ୍ରଜାତିର ୪୬ଟି ପକ୍ଷୀ ଆସିଛନ୍ତି। ରାଜଗାଙ୍ଗପୁର ରେଞ୍ଜ ଅଧୀନସ୍ଥ ମନ୍ଦିରା ଡ୍ୟାମ୍କୁ ୧୪ ପ୍ରଜାତିର ୩ ହଜାର ୫୩୯ ପକ୍ଷୀ ଆସିଛନ୍ତି। କାଂଶବାହାଲ ଡ୍ୟାମ୍କୁ ୩ ପ୍ରଜାତିର ୧୩୫ ପକ୍ଷୀ ଆସିଛନ୍ତି। ସେମିତି ରାଜଗାଙ୍ଗପୁର ରେଞ୍ଜ ଅଧୀନସ୍ଥ ପିତାମହଲ ଡ୍ୟାମ୍କୁ ୬ ପ୍ରଜାତିର ୪୫ଟି ପକ୍ଷୀ ଆସିଛନ୍ତି। ପାନପୋଷ ରେଞ୍ଜ ଅନ୍ତର୍ଗତ ତରକେରା ଡ୍ୟାମ୍କୁ ୪ ପ୍ରଜାତିର ୧୫୧ଟି ପକ୍ଷୀ ଆସିଛନ୍ତି। କଂସର ବ୍ରାହ୍ମଣୀନଦୀକୁ ୫ ପ୍ରଜାତିର ୧୦୮ ପକ୍ଷୀ ଆସିଛନ୍ତି। ବ୍ରାହ୍ମଣୀନଦୀ ଟିମ୍ଜୋରକୁ ୪ ପ୍ରଜାତିର ୧୩୪ ପକ୍ଷୀ ଆସିଛନ୍ତି।
ଏରଗେଡ଼ା ପୋଖରୀକୁ ଚଳିତ ଥର ମାତ୍ର ୩ ପ୍ରଜାତିର ୫ଟି ପକ୍ଷୀ ଆସିଥିବା ବନକର୍ମଚାରୀଙ୍କ ଗଣନାରୁ ଜଣାପଡ଼ିଛି। କୁଆରମୁଣ୍ଡା ରେଞ୍ଜ ଅଧୀନସ୍ଥ ପିତାମହଲ ଡ୍ୟାମ୍କୁ ଚଳିତ ଶୀତଋତୁରେ ୫ ପ୍ରଜାତିର ୭୦୬ ପକ୍ଷୀ ଆସିଛନ୍ତି। ସେମିତି ମନ୍ଦିରା ଜଳାଶୟକୁ ୧୦ ପ୍ରଜାତିର ୨୭୫ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ଲହୁଣିପଡ଼ା ବ୍ଲକ୍ ଅନ୍ତର୍ଗତ କଲେଇପୋଷ ଜଳାଶୟକୁ ୧୧ ପ୍ରଜାତିର ସର୍ବାଧିକ ୬ ହଜାର ୪୪୭ ପକ୍ଷୀ ଆସିଛନ୍ତି। ଧାମନଧର ଡ୍ୟାମରେ ୩ ପ୍ରଜାତିର ମାତ୍ର ୧୧ଟି ପକ୍ଷୀ ଦେଖିବାକୁ ମିଳିଛି। ବ୍ରାହ୍ମଣୀନନୀ ନୂଆଗାଁକୁ ୪ ପ୍ରଜାତିର ୯୮ଟି ପକ୍ଷୀ ଆସିଛନ୍ତି। କୁଚେଇତା ଗାଁ ନିକଟସ୍ଥ ଜଳାଶୟକୁ ୪ ପ୍ରଜାତିର ମୋଟ ୯୮ ପକ୍ଷୀ ଆସିଛନ୍ତି। ସେହିପରି ଚନ୍ଦ୍ରପୁର ବ୍ରାହ୍ମଣୀନଦୀକୁ ୭ ପ୍ରଜାତିର ମୋଟ ୨୩୭ ପକ୍ଷୀ ଆସିଛନ୍ତି।