ପୁଣି ନିର୍ବାଚନ ଆୟୋଗର ଫେରାଦ ହେଲା ବିଜେଡି :୫ଟି ପ୍ରସଙ୍ଗ ନେଇ ଇସିଙ୍କ ନିକଟରେ ଫେରାଦ ଦେଲା ଦଳ

ଭୁବନେଶ୍ବର: ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୁଣି ନିର୍ବାଚନ ଆୟୋଗଙ୍କଠାରେ ଫେରଦା ହେଲା ବିଜେଡି । ତେବେ ୫ଟି ପ୍ରସଙ୍ଗକୁ ପାଥେୟ କରି ଆଜି ପୁଣି ଥରେ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ।

ହିଂଜିଳି ପୁଲିସ ଅଧିକାରୀଙ୍କୁ ୩ ଜଣ ବିଜେପି ନେତା ଗାଳିଗୁଲଜ କରିବା ନେଇ ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ବିଜେଡି ଅଭିଯୋଗ ଅନୁସାରେ, ହିଂଜିଳିରେ ବିଜେପି ପ୍ରାର୍ଥୀମାନେ ଖୋଲାଖୋଲି ଭାବେ ପୁଲିସ ଅଧିକାରୀ ଏବଂ ନିର୍ବାଚନ କର୍ମଚାରୀଙ୍କୁ ଧମକ ଦେଉଛନ୍ତି, ଯାହାକି ଅପରାଧ ଅଟେ । ତେଣୁ ଏ ପ୍ରତି ମୁଖ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ବେଳେ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଫଟୋ ନେଉଥିଲେ । ତେବେ ଧର୍ମେନ୍ଦ୍ର ପୋଲିସକୁ ଫଟୋ ନେବା ପାଇଁ ତାଙ୍କୁ ବାରଣ କରିବା ପାଇଁ କହିଥିଲେ ।

ସମ୍ବନ୍ଧିତ ଖବର