ବିଜେଡିର ଜୟ ଯାତ୍ରା ଅବ୍ୟାହତ, ବିଜେପିକୁ ମିଳିଲା ଆଉ ୩ ବିଧାନସଭା ଆସନ, କଂଗ୍ରେସ ଜିତିଲା ସାନଖେମୁଣ୍ଡି

ଭୁବନେଶ୍ୱର: ବିଜୁ ଜନତା ଦଳର ଜୟ ଯାତ୍ରା ଅବ୍ୟାହତ ରହିଥିବା ବେଳେ ଭାରତୀୟ ଜନତା ପାର୍ଟି ୩ଟି ସ୍ଥାନରେ ବିଜୟୀ ହୋଇଛି ଏବଂ କଂଗ୍ରେସର ରମେଶ ଜେନା ଗୋଟିଏ ଥର ବ୍ରେକ୍‌ ନେଇ ପୁଣି ଥରେ ନିର୍ବାଚିତ ହୋଇଛନ୍ତି।

ମହାଙ୍ଗା ବିଧାନସଭା ଆସନରୁ ମନ୍ତ୍ରୀ ପ୍ରତାପ ଜେନା ପୁଣି ଥରେ ବିଜୟ ଲାଭ କରିଥିବା ବେଳେ ସୁକିନ୍ଦାରୁ ବିଜୟୀ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ, ବାଙ୍ଗିରିପୋଷିରୁ ସୁଦାମ ମାରଣ୍ଡି, ସୋରଡ଼ାରୁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପୁନଃନିର୍ବାଚିତ ହୋଇଛନ୍ତି। ଏହାଛଡ଼ା ବାଲିଗୁଡ଼ାରୁ ଚନ୍ଦ୍ରମଣି କହଁର, ବରୀରୁ ସୁନନ୍ଦା ଦାସ ଓ ଭଦ୍ରକରୁ ସଞ୍ଜୀବ ମଲ୍ଲିକ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିବା ଝାରସୁଗୁଡ଼ା ବିଧାୟକ ନବ କିଶୋର ପୁନଃନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଆସ୍କା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ମଞ୍ଜୁଳା ସ୍ୱାଇଁ ବିଜୟିନୀ ହୋଇଛନ୍ତି।

ଅନ୍ୟପକ୍ଷରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଆଦିବାସୀ ନେତ୍ରୀ କୁସୁମ ଟେଟେ ସୁନ୍ଦରଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ଦଳର ଅନ୍ୟ ୨ ଜଣ ଯାତ୍ରୀ ଭବାନୀ ଶଙ୍କର ଭୋଇ ଓ ନିତ୍ୟାନନ୍ଦ ଗଣ୍ଡ ଯଥାକ୍ରମେ ତଳସରା ଓ ଉମରକୋଟ ଆସନରୁ ଜୟ ଲାଭ କରିଛନ୍ତି। ସାନଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ବିଜେଡି ବିଧାୟକ ନନ୍ଦିନୀ ଦେବୀଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର