ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଇମ୍ଫାର ହେଲିକପ୍ଟରରେ ପ୍ରଚାର କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛନ୍ତି ବୋଲି ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଅଭିଯୋଗ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗରେ କହିଛି ଯେ, ଆମ ଜାଣତରେ ଇମ୍ଫା ନାମରେ ଥିବା ହେଲିକପ୍ଟରକୁ ବ୍ୟବହାର କରି ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଚାର କରୁଛନ୍ତି। ନିର୍ବାଚନ ଗାଇଡଲାଇନ୍ ଅନୁସାରେ ବ୍ୟବସାୟିକ ହେଲିକପ୍ଟରକୁ ପ୍ରଚାରରେ ବ୍ୟବହାର କରାଯାଇପାରିବ ନାହିଁ। ଇମ୍ଫା ନାମରେ ଥିବା ହେଲିକପ୍ଟରକୁ ଜଣେ ସାଂସଦ ପ୍ରାର୍ଥୀ କେମିତି ପ୍ରଚାରରେ ବ୍ୟବହାର କରୁଛନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି। ଏଥିଲାଗି କାର୍ଯ୍ୟାନୁଷ୍ଠାନ ଲାଗି ଦଳ ପକ୍ଷରୁ ଦାବି କରାଯାଇଛି।
ଇମ୍ଫାର ହେଲିକପ୍ଟରରେ ପ୍ରଚାର କରି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛନ୍ତି ବୈଜୟନ୍ତ ପଣ୍ଡା: ବିଜେଡି
/sambad/media/post_attachments/wp-content/uploads/2019/02/baijayanta.jpg)